Latest Odisha News

BREAKING NEWS

ପୁରୀରେ ପୁଣି ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ପୁରୀ  : ଦୀର୍ଘଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୭୫ ମିଟର ଐତିହ କରିଡରର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡି ଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ୩ଟି ଘରର ୩ଟି ଘର ଉଚ୍ଛେଦ କାମ ଚାଲିଛି। ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ସିଟି ଡିଏସପିଙ୍କ ଉପସ୍ଥିତରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି।

ସେପଟେ ଏହି ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଯେଉଁମାନଙ୍କ ଘର ଭଙ୍ଗା ଚାଲିଛି ସେମାନେ ଟଙ୍କା ନୁହେଁ ଘର ବଦଳରେ ଘର ଡିମାଣ୍ଡ କରିଛନ୍ତି। ଶ୍ରୀମନ୍ଦିର ପାଖରେ ଘର ଖଣ୍ଡେ ଦେବାକୁ ପ୍ରଶସନ ନିକଟରେ ଲିଖିତ ଦାବି କରିଛନ୍ତି। ଦାବି ପୂରଣ ହେବା ପରେ ଯାଇ ଆମେ ଘର ଛାଡିବୁ ବୋଲି ସେମାନେ କହିଛନ୍ତି।

Leave A Reply

Your email address will not be published.