Latest Odisha News

BREAKING NEWS

ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍‌ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗୁରୁବାର ଦିନ ବିଜେପି ସାଂସଦ କଙ୍ଗନା ରଣାୱତ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଉ ଏହି ପରାମର୍ଶକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ସେ ବିରୋଧି ଦଳର ନେତାଙ୍କୁ ବିଦେଶୀ ଅତିଥିଙ୍କୁ ଭେଟିବାକୁ ଅନୁମତି ଦେଉନାହାଁନ୍ତି। ହେଲେ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହଙ୍କ ସମୟରେ ସାକ୍ଷାତ୍ କରିବାର ପରମ୍ପରା ଥିଲା। ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ବିଜେପୀ ସାଂସଦ କଙ୍ଗନା ରଣାୱତ ପାଲଟା ଜବାବ ଦେଇଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଦେଶ ପାଇଁ ରାହୁଲ ଗାନ୍ଧୀଙ୍କ ଭାବନା ଓ ବିଚାର ଖୁବ୍ ସନ୍ଦିଗ୍ଧ। ରାହୁଲ ଗାନ୍ଧୀ ମଧ୍ୟ ଅଟଳ ବିହାରୀ ବାଜପେୟୀ ହୋଇ ପାରିବେ। ସେ ବିଜେପିରେ ସାମିଲ ହୋଇ ଯାଆନ୍ତୁ।

କଙ୍ଗନା ରାଣାୱତ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ନିଜକୁ ଅଟଳ ଜୀଙ୍କ ସହ ତୁଳନା କରୁଛନ୍ତି, ତେବେ ତାଙ୍କ ପାଇଁ କେବଳ ଗୋଟିଏ ପରାମର୍ଶ ଅଛି: ବିଜେପିରେ ଯୋଗଦାନ କରନ୍ତୁ। କଙ୍ଗନା ରାଣାୱତ କହିଛନ୍ତି, “ଏଗୁଡ଼ିକ ସରକାରୀ ନିଷ୍ପତ୍ତି। ଅଟଳ ଜୀ ଜଣେ ନ୍ୟାସନାଲ ଆସେଟ ଥିଲେ। ସମଗ୍ର ଦେଶ ତାଙ୍କ ଉପରେ ଗର୍ବିତ ଥିଲା, ସେ ଜଣେ ଦେଶପ୍ରେମୀ ଥିଲେ, କିନ୍ତୁ ଦେଶ ପ୍ରତି ରାହୁଲ ଗାନ୍ଧୀଙ୍କ ଭାବନା ପ୍ରଶ୍ନବାଚୀ। ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ଅଛି କି ନାହିଁ, ଏହା ପ୍ରଶ୍ନବାଚୀ। ଇଣ୍ଟରନ୍ୟାସନାଲ ଷଡ଼ଯନ୍ତ୍ର ଚାଲିଛି, ତାହା ଦଙ୍ଗା ହଙ୍ଗାମା ହେଉ କିମ୍ୱା ଦେଶକୁ ଭାଗ ଭାଗ କରିବାର ଷଡ଼ଯନ୍ତ୍ର । ଏହା ସନ୍ଦିଗ୍ଧ ଯୁକ୍ତ। ଯଦି ରାହୁଲ ଗାନ୍ଧୀ ନିଜକୁ ଅଟଳ ଜୀଙ୍କ ସହ ତୁଳନା କରୁଛନ୍ତି , ମୋର ତାଙ୍କୁ ବ୍ୟକ୍ତିଗତ ପରାମର୍ଶ ସେ ବିଜେପିରେ ଯୋଗ ଦେଇ ଦିଅନ୍ତୁ। ଭଗବାନ ଆପଣଙ୍କୁ ଜନ୍ମ ଦେଇଛନ୍ତି ଓ ଜୀବନ ମଧ୍ୟ ଦେଇଛନ୍ତି । ଆପଣ ଅଟଳ ଜୀ ହୋଇ ପାରିବେ, ବିଜେପିରେ ଜଏନ କରିଯାଆନ୍ତୁ।”

ଉଲ୍ଲେଖନୀୟ ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ପୂର୍ବକ ରାହୁଲ ଗାନ୍ଧୀ ଅଟଳ ବିହାରୀ ବାଜପେୟୀଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ସରକାରରେ ବିରୋଧୀ ନେତାଙ୍କୁ ବିଦେଶୀ ମାନ୍ୟଗଣ୍ୟ ଅତିଥିଙ୍କ ସହ ଭେଟିବାକୁ ଦିଆଯାଏ ନାହିଁ। ଗାନ୍ଧୀ ସଂସଦ ଭବନ ପରିସରରେ ସାମ୍ୱାଦିକମାନଙ୍କୁ କହିଛନ୍ତି ଯେ, ପୂର୍ବେ ଯେଉଁ ବିଦେଶୀ ଅତିଥି ଆସୁ ଥିଲେ ତ ସେମାନଙ୍କୁ ବିରୋଧୀ ଦଳର ନେତାଙ୍କୁ ଭେଟିବାକୁ ଦିଆଯାଉ ଥିଲା। ଏହି ପରମ୍ପରା ମୋଦି ସରକାରଙ୍କ ଆସିବା ପୂର୍ବ ଯାଏ ଜାରି ରହିଛି, କିନ୍ତୁ ଏବେ ଭେଟିବାକୁ ଦିଆଯାଉ ନାହିଁ। ତାଙ୍କର କହିବାର ଥିଲା ଯେ, ବିରୋଧୀ ନେତାଙ୍କ ଏକ ଭିନ୍ନ ଦୃଷ୍ଟିଭଙ୍ଗୀ ଥାଏ ଏବଂ ତାଙ୍କୁ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ଭେଟିବାକୁ ଅନୁମତି ଦେବା ଉଚିତ୍ କିନ୍ତୁ ମୋଦି ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ଏହି ମାନଦଣ୍ଡର ପାଳନ କରୁନାହାନ୍ତି।

Leave A Reply

Your email address will not be published.