Latest Odisha News

BREAKING NEWS

ପରଲୋକରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ

ଭୁବନେଶ୍ବର: ଓଡ଼ିଆ ଯାତ୍ରା ଜଗତ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି । ସୋମବାର ଜଲିଉଡ ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଚିକିତ୍ସାଧିନ ଅବସ୍ତାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ।

ତୁଳସୀ ଗଣନାଟ୍ୟରୁ କଳାକାର ଜୀବନ ଆରମ୍ଭ କରି ଶେଷ ଥର ପାଇଁ କଳିଙ୍ଗ ଗଣନାଟ୍ୟରେ କଣ୍ଟ୍ରାକ୍ଟ କରିଥିଲେ। ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଚିକିତ୍ସିତ ହେଉଥିଲେ। ଆଜି ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜ୍ଞାନରଞ୍ଜନଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀ ଆଦି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ଅଭିନୟ ଦେଖାଇଛନ୍ତି।

Comments are closed.