Latest Odisha News

BREAKING NEWS

୫୦୦୦ ମିଟର ଦୌଡରେ ବିଶ୍ୱରେକର୍ଡ ସ୍ଥାପନ କଲେ ଯୋଶୁଆ ଚେପତେଗେଇ

ମୋନାକୋ: ମୋନାକୋ ଡାଇମଣ୍ଡ ଲିଗ୍ ମିଟରେ ୟୁଗାଣ୍ଡାର ଯୋଶୁଆ ଚେପତେଗେଇ ୫୦୦୦ ମିଟର ଦୌଡରେ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦୪ରେ ଇଥିଓପିଆର ମହାନ ଧାବକ କେନୋନିସା ବେକେଲେ(୧୨:୩୭:୩୫)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଚେପତେଗେଇ ୧୨:୩୫:୩୬ ମିନିଟରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ ।

ମୋନାକୋ ମୋ ପାଇଁ ସର୍ବଦା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ବୋଲି ୨୩ ବର୍ଷୀୟ ଏହି ଉଦୀୟମାନ ଧାବକ କହିଛନ୍ତି । କରୋନା ମହାମାରୀ ସମୟରେ ଫିଟ ରହିବା ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି । ମୋ ସଫଳତା ପଛରେ ଭଲ ଷ୍ଟାଫ ଓ କୋଚଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.