Latest Odisha News

BREAKING NEWS

ସାମ୍ବାଦିକ ନା ଅପରାଧୀ ,ଗୋଡରେ କାହିଁକି ପଡିଲା ଶିକୁଳି ?

ବାଲେଶ୍ୱର : ସାମ୍ବାଦିକଙ୍କ ଗୋଡରେ ହାତକଡି ପକାଇଲା ପୋଲିସ । ହୋମଗାର୍ଡଙ୍କୁ ମାରପିଟ କରିବା ଅଭିଯୋଗରେ ସାମ୍ବାଦିକଙ୍କ ଗୋଡରେ ପୋଲିସ ହାତକଡି ପକାଇଛିା ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ନୀଳଗିରିରେ ଦେଖିବାକୁ ମିଳିଛି । ଏହିଭଳି ଘଟଣାକୁ ସାଧାରଣରେ ତଥା ସାମ୍ବାଦିକ ମହଲରେ ଘୋର ନିନ୍ଦା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇ ଘରକୁ ଫେରିବା ସମୟରେ ନୀଳଗିରି ଥାନାର ଜଣେ ହୋମ ଗାର୍ଡଙ୍କ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ଗଣ୍ଡୋଗୋଳ ହୋଇଥିଲା । ହଠାତ୍ ତା ପର ଦିନ ସକାଳେ ପୋଲିସ ଆସି ଲୋକନାଥଙ୍କୁ ଗିରଫ କରିଥିଲା ।

ସାମ୍ବାଦିକ ଜଣକ ଜଣାଶୁଣା ଖବର କାଗଜ ତଥା ଟିଭି ଚ୍ୟାନେଲର ପ୍ରତିନିଧି ଅଟନ୍ତି  । ତାଙ୍କୁ ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲାରେ ଗିରଫ କରିଛି ବୋଲି ଶୁଣିବାକୁ ମିଳୁଛି  , ଏବଂ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଏହି ସମୟରେ ଚିକିତ୍ସା ଅବସ୍ଥାରେ  ହାତକଡି ସାମ୍ବାଦିକଙ୍କ ଗୋଡରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ।

ସେପଟେ ଏହି ଘଟଣାକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଉଥିବା ବେଳେ , ଏହି ଘଟଣାକୁ ନେଇ ତଦନ୍ତ ଚାଲିଛି । ପୁରା ପୁରୀ ତଥ୍ୟ ଆସିଲା ପରେ ସୂଚନା ଦିଆଯିବ ବୋଲି ବାଲେଶ୍ୱର ଏସପି କହିଛନ୍ତି ।

Leave A Reply

Your email address will not be published.