Latest Odisha News

BREAKING NEWS

ପରୀକ୍ଷା ହଲରେ ବି “ପୁଷ୍ପରାଜ” ରାଜୁତି

ପଢିବାକୁ ଅଡୁଆ ଲାଗୁଥିଲେ ବି ପରୀକ୍ଷା ହଲରେ କୌଣସି ପ୍ରଶ୍ନର ଉତ୍ତର ପାଇଁ ଏପରି ଲେଖାଯାଇନି । ବରଂ ଜଣେ ୧୦ମ ଶ୍ରଣୀର ଛାତ୍ର ନିଜ ପରୀକ୍ଷା ଖାତାରେ ପାଠ୍ୟକ୍ରମର ଉତ୍ତର ଲେଖିବା ବଦଳରେ କିଛି ଏପରି ଲେଖିବା ଘଟଣା ଖୁବ ଭାଇରାଲ୍ ହୋଇଛି

ଭୁବନେଶ୍ୱର: ଅଲ୍ଲୁ ଅର୍ଜୁନ୍ ଷ୍ଟାରର୍ ଫିଲ୍ମ ପୁଷ୍ପାର କ୍ରେଜ୍ ଏବେ ଲୋକଙ୍କ ନିକଟରେ କମିବାର ନାଁ ଧରୁନି । ବକ୍ସ ଅଫିସରେ ବ୍ଲକବଷ୍ଟର୍ ଟ୍ୟାଗ୍ ହାସଲ କରିଥିବା ଏହି ଫିଲ୍ମର ହିନ୍ଦୀ ଭର୍ସନର ଅନେକ ଡାଇଲଗ୍ ଭାଇରାଲ୍ ହୋଇଥିଲା । ସେଥିମଧ୍ୟରୁ “ପୁଷ୍ପା..ପୁଷ୍ପରାଜ, ଝୁକେଗା ନହିଁ ସାଲା” ଡାଇଲଗଟି ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା । ତେବେ ନିକଟରେ ଏହି ଡାଇଲଗ୍ ଏବେ ପରୀକ୍ଷା ଖାତାରେ ମଧ୍ୟ ଦେଖିବାକୁ ମିଳିଛି ।

ପଢିବାକୁ ଅଡୁଆ ଲାଗୁଥିଲେ ବି ପରୀକ୍ଷା ହଲରେ କୌଣସି ପ୍ରଶ୍ନର ଉତ୍ତର ପାଇଁ ଏପରି ଲେଖାଯାଇନି । ବରଂ ଜଣେ ୧୦ମ ଶ୍ରଣୀର ଛାତ୍ର ନିଜ ପରୀକ୍ଷା ଖାତାରେ ପାଠ୍ୟକ୍ରମର ଉତ୍ତର ଲେଖିବା ବଦଳରେ କିଛି ଏପରି (ପୁଷ୍ପା…ପୁଷ୍ପରାଜ, ଅପୁନ୍ ଲିଖେଗା ନହିଁ ସାଲା) ଲେଖିବା ଘଟଣା ଖୁବ ଭାଇରାଲ୍ ହୋଇଛି ।

ନିକଟରେ ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା (ସେକେଣ୍ଡାରୀ ସ୍କୁଲ୍ ପରୀକ୍ଷା) ସରିଥିଲାବେଳେ ଖାସ କରି ଫିଲ୍ମ ପୁଷ୍ପାର ଡାଇଲଗ ଲେଖାହୋଇଥିବା ଖାତାଟି ପରୀକ୍ଷାକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମୂଲ୍ୟାୟନ ସମୟରେ ଏହି ଖାତାର ଫଟୋଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଘଟଣା ନିଶ୍ଚିତ କରିଛି ଯେ, ପରୀକ୍ଷାର୍ଥୀ ଜଣକ କୌଣସି ଉପାୟରେ ବି ପାସ୍ କରିପାରିବେ ନାହିଁ । ହେଲେ ଫିଲ୍ମ ପୁଷ୍ପା ଯେ ଉକ୍ତ ଛାତ୍ରଙ୍କୁ ଏପରି କରିବାକୁ ସାହସ ଦେଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.