Latest Odisha News

BREAKING NEWS

‘ରମଣ ମାଗସେସେ ଆୱାର୍ଡ’ ପାଇଲେ ରବିଶ କୁମାର

ନୂଆଦିଲ୍ଲୀ: ନିର୍ଭୀକ ସାମ୍ବାଦିକତା ତଥା ଏକ୍ଷେତ୍ରରେ ପ୍ରଭାବୀ ଯୋଗଦାନ ଲାଗି ବରିଷ୍ଠ ସାମ୍ବାଦିକ ରବିଶ କୁମାର ମର୍ଯ୍ୟାଦାଜନକ ‘ରମଣ ମାଗସେସେ ଆୱାର୍ଡ-୨୦୧୯’ ବିଜୟୀ ହୋଇଛନ୍ତି ।

ଏନେଇ ପୁରସ୍କାର ସଂସ୍ଥା ଆଜି ଟ୍ୱିଟ କରିଛି ।

https://twitter.com/MagsaysayAward/status/1157122862110502912?s=08

ଏହି ‘ରମଣ ମାଗସେସେ ଆୱାର୍ଡ’କୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଇଥାଏ।

ଚଳିତଥର ଏହି ପୁରସ୍କାର ନିମନ୍ତେ ୫ ଜଣଙ୍କ ନାମ ଘୋଷଣା କରାଯାଇଛି । ଅପରପକ୍ଷରେ ଏଥିରେ ରବିଶଙ୍କୁ ଜଣେ ବିଜ୍ଞ, ଗମ୍ଭୀର ଏବଂ ଉତ୍ତମ ସୂଚନାପ୍ରାପ୍ତ ଆଙ୍କର୍ ଭାବେ ବର୍ଣ୍ଣନା କରାଯାଇଛି ।

ଋବିଶଙ୍କ ବ୍ୟତୀତ ଏହି ପୁରସ୍କାର ପାଇଥିବା ଅନ୍ୟ ୪ଜଣ ହେଉଛନ୍ତି, ଫିଲିପାଇନ୍ସର ରେମୁଣ୍ଡୋ ପୁଜାଣ୍ଟେ କାୟାବାବ୍, ମିଆଁମାରର କୋ ସ୍ୱେ, ଦକ୍ଷିଣ କୋରିଆର କିମ୍ ଜୋଙ୍ଗ-କି ଏବଂ ଥାଇଲାଣ୍ଡର ଆଙ୍ଗଖାନା ନୀଳପାଇଜିତ୍ ।

Leave A Reply

Your email address will not be published.