ପୁରୀ: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ । ପୁରୀରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଆଜି କିଛି ସାମ୍ବାଦିକ ଖବର ସଂଗ୍ରହ କରିଥିଲେ । ଏହି ସମୟରେ ସେଠାରେ ମୁତୟନ ଥିବା ଦୁଇ ପରେଷ୍ଟ ଗାର୍ଡ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଥିବା ପର୍ଯ୍ୟଟକଙ୍କ କଟେଜରେ ବନ କର୍ମଚାରୀ ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ କରିଥିବା ସନ୍ଦେହ କରି ସେମାନେ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । କ୍ୟାମେରା ଛଡାଇ ନେଇ ଭାଙ୍ଗି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏପରିକି ବାଲୁଖଣ୍ଡ ଭିତରେ ପଶି ଖବର ସଂଗ୍ରହ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ସାମ୍ବାଦିକ ଓ ଫରେଷ୍ଟଗାର୍ଡଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
BREAKING NEWS
- ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ରାହୁଲଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ଲକ୍ଷ୍ୟ ରଖିଲା ଭାରତ
- Telangana Stray Dogs Killing: ଧିକ୍ ମଣିଷ! ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦୦ କୁକୁରଙ୍କୁ ଦେଲେ ବଳି…କ୍ୟାମେରାରେ କଏଦ ହେଲା ଦୃଶ୍ୟ…
- ପଶ୍ଚିମବଙ୍ଗରେ ବ୍ୟାପୁଛି ନିପା ଭାଇରସ, ସତର୍କ ଓଡ଼ିଶା…
- Sukma Naxal Surrender:୨୯ ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ଦୁଇ ଲକ୍ଷ
- Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?
- କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
- PM Modi New Office: ବଦଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ… ଜାଣନ୍ତୁ କେଉଁଠି ରହିବ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ, କ’ଣ ରହିଛି ଏହାର ବୈଶିଷ୍ଟ୍ୟ…
- ODI କ୍ରିକେଟରେ ପୁଣି ନ° ୧ ହେଲେ କୋହଲି…
- ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର
Comments are closed.