Latest Odisha News

BREAKING NEWS

ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି। ଭଦ୍ରକ ଚାନ୍ଦବାଲି ଗୋପୀନାଥପୁର ହଳଦିଆ ବୁଥରେ ଘଟଣା ଘଟିଛି । ୧୨ ଓ ୧୩ ନମ୍ବର ବୁଥରେ ଖବର ସଂଗ୍ରହ କରୁଥିବା ସମୟରେ କିଛି ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା  ସହିତ ସେମାନଙ୍କ ଠାରୁ କ୍ୟାମୋରା ଓ ମୋବାଇଲ ଛଡାଇ ନେଇଥିଲେ ଦୁର୍ବୃତ୍ତ ମାନେ।

ଏହି ବୁଥରେ କିଛି ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ଜବରଦଖଲ କରାଯାଇଇଛି। ତାହା ପୁଣି ପୁଲିସ ଉପସ୍ଥିତିରେ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି।

ସେପଟେ ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ କରାଯଉଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିରୋଧ କରାଯାଇଛି। ଖୁବଶିଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Comments are closed, but trackbacks and pingbacks are open.