ଭୁବନେଶ୍ଵର: ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ । ଗତକାଲି ଗୃହରେ ଘଟିଥିବା ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି । ଯାହାର ପ୍ରତିବାଦରେ ଆଜି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକମାନେ । ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ କରିଛନ୍ତି ।
ଧାରଣାରେ ବସିଥିବା ସାମ୍ୱାଦିକ ମାନେ କହିଛନ୍ତି ଯେ, ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ମୋବାଇଲ ଆଉ କ୍ୟାମେରା ବନ୍ଦ କରି ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି ।
ସୂଚନା ମୁତାବକ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ମାରପିଟର ଭିଡିଓ ଭାଇରାଲ ହେବାପରେ ଆଜି ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା ।
Comments are closed.