Latest Odisha News

BREAKING NEWS

ଦୀର୍ଘ ୪ ବର୍ଷ ପରେ ସାମ୍ବାଦିକମାନଙ୍କ ପାଇଁ ଖୋଲିଲା ଲୋକସେବା ଭବନ

ଭୁବନେଶ୍ବର: ଓଡ଼ିଶା ସଚିବାଳୟ ତଥା ଲୋକସଭା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ମିଳିଲା ଅନୁମତି । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ୨୦୨୦ ମାର୍ଚ୍ଚ ମାସ ଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା ।

କୋରୋନା ମହାମାରୀ ସମୟରେ ଏହି କଟକଣା ଲଗାଯାଇଥିଲା । ହେଲେ କୋରୋନା ମୁକ୍ତ ହେବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ଏହି କଟକଣା ପର୍ବ ପରି ବଳବର୍ତ୍ତର ରଖିଥିଲେ ପୂର୍ବ ସରକାର ।

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୂଆ ସରକାର ଗଠନ ହେବା ପରେ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ ।

Comments are closed.