Latest Odisha News

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର

ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ପ୍ରଦୀପ୍ତ ରାଉତ। ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରାଉତ। ଆଉ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ପ୍ରଦୀପ୍ତ।

ଜଳେଶ୍ୱରର ଲୋକନାଥ ଜେନା ନାମକ ଜଣେ ଠିକଦା‌ର ତାଙ୍କ ସିକ୍ୟୁରିଟି ଟଙ୍କା ଫେରସ୍ତ  ପାଇଁ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଇ ପ୍ରଦୀପ୍ତଙ୍କ ପାଖରେ ପହଞ୍ଚିଥିଲେ। ପୂର୍ବରୁ ଖବର ଯୋଜନାମୁତବାକ ଜଗି ବସିଥିଲା ଭିଜିଲାନ୍ସ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ

ବାଲେଶ୍ୱର ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ କ୍ୟାସିୟର ଶ୍ରୀ ରାଉତଙ୍କୁ ଗିରଫ କରିଛି। ଏଥିସହିତ ତାଙ୍କ କାର୍ଯ୍ୟାଳୟରେ ଚଢ଼ା‌ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ୍‌ କରୁଥିବା ଜଣାପଡ଼ିଛି।

Comments are closed.