Latest Odisha News

ପୁରୀ ରଥଯାତ୍ରାରେ ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ପୁରୀ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ଗତ ୧୨ଦିନ ଭିତରେ ୧୪.୨୬ ଲକ୍ଷ ଭକ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କ ମାର୍ଗଦର୍ଶନରେ ଫାଉଣ୍ଡେସନ ପକ୍ଷରୁ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ ପ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଉକ୍ତ ସେବା ନେତ୍ରୋତ୍ସବ ଦିନରୁ ଆରମ୍ଭ ହୋଇ ସୁନାବେଶ ରାତ୍ରୀରେ ଶେଷ ହୋଇଥିଲା ।

ଜେଏସପି ଫାଉଣ୍ଡେସନର ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇବା ସହିତ କହିଛନ୍ତି ଯେ, “ଆମ ପାଇଁ ମାନବ ସେବାହିଁ ଈଶ୍ବର ସେବା । ଭକ୍ତମାନଙ୍କର ସେବା ନିମନ୍ତେ ସୁଯୋଗ ପ୍ରଦାନ କରିଥିବାରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୃତଜ୍ଞ। ଆମର ମିଶନ୍ ଜିରୋ ହଙ୍ଗର କାର୍ଯ୍ୟକ୍ରମରେ ଆମେ ଯଥା ସମ୍ଭବ ଆର୍ଥିକ ଦୁର୍ବଳ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛୁ । ଆମର ଲକ୍ଷ ହେଉଛି, ରଥ ଯାତ୍ରାର ଏହି ମହୋତ୍ସବରେ ଭାଗ ନେବାକୁ ଆସି କେହି ଭୋକିଲା କିମ୍ବା ଶୋଷିଲା ନ ରୁହନ୍ତୁ ।”

ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରୋଷେଇ ଘର ସହିତ ଏକ ସ୍ୱତନ୍ତ୍ର ଷ୍ଟଲ୍ ରେ, ୧୦୦ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ସେବା ଯୋଗାଇ ଦିଆଯାଇଥିଲା । ଏହା ସହିତ ରଥ ଯାତ୍ରା ଦିନ ଫାଉଣ୍ଡେସନ୍ ଭକ୍ତଙ୍କ ମଧ୍ୟରେ ୧୦,୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରିଥିଲା । ରଥଯାତ୍ରା ସେବା ରେ ନିୟୋଜିତ ଥିବା ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଫାଉଣ୍ଡେସନ ଜିଲ୍ଲା ପ୍ରଶାସନକୁ ୫୦୦ ରେନକୋଟ୍ ଯୋଗାଇ ଦେଇଥିଲା । ଏହା ବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ପାନୀୟ ଜଳ ବଣ୍ଟନ ପାଇଁ ପ୍ରତ୍ୟେକ ୬୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଥଣ୍ଡା ପାନୀୟ ଜଳ ଭ୍ୟାନ ନିୟୋଜିତ କରାଯାଇଥିଲା । ଏହି ଉତ୍ସବରେ ଭକ୍ତଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନକୁ ଫାଉଣ୍ଡେସନ୍ ପକ୍ଷରୁ ୭୦ଟି ବାୟୋ-ଟଏଲେଟ୍ ମଧ୍ୟ ପ୍ରଦାନ କରାଯାଇଥିଲା ।

Comments are closed.