Latest Odisha News

ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୬ ଯାତ୍ରୀ ଗୁରୁତର

ନବରଙ୍ଗପୁର: ପାପଡାହାଣ୍ଡି ଥାନା ବାର୍ଲି ଗାଁ ନିକଟରେ ଏକ ପିକ୍‌ଅପ୍ ଭ୍ୟାନ ଓଲଟି ପଡିବାରୁ ୨୯ ଯାତ୍ରୀ ଆହତ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । । ଆହତମାନଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ୍ୟଥିବା ବେଳେ ଗୁରୁତରମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ନାଗଫେଣି ଗାଁରୁ ଗୋଟିଏ ପିକଅପ ଭ୍ୟାନ ରେ ୩୫ ଜଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାଦମଲ୍ଲି ଗାଁକୁ ବାହାଘରେ ଯୋଗଦେବାକୁ ଆସିଥିଲେ । ଭୋଜି ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାର୍ଲି ଗାଁ ନିକଟରେ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା ।

Leave A Reply

Your email address will not be published.