Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମ ସୁଇମିଂ ହାଇପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ ଷ୍ଟାର ସନ୍ତରଣକାରୀ

ଭୁବନେଶ୍ୱର:ଦକ୍ଷିଣ ଆଫ୍ରିକାର ଭେଟେରାନ ସନ୍ତରଣକାରୀ କୋଚ ଡଗଲସ ଓ ଅଲିମ୍ପିଆନ ତଥା ଏସିଆନ ଗେମ୍ସ ପଦକ ବିଜେତା ସନ୍ଦୀପ ସେଜୱାଲ କଳିଙ୍ଗ ଷ୍ଟାଡିୟମର ଓଡିଶା ଜେଏସଡବ୍ଲ୍ୟୁ ସନ୍ତରଣ ହାଇ ପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ । ଡଗଲସ ଓ ସନ୍ଦୀପଙ୍କ ଉପସ୍ଥିତି ଓଡିଶାର ଯୁବ ପ୍ରତିଭାଙ୍କୁ ଠିକଣା ପଥରେ ନେବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଏଠାରେ ଦିଆଯିବ । ରାଜ୍ୟ ସରକାର ଓ ଜେଏସଡବ୍ଲ୍ୟୁ ମିିଳିତ ଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି ।

୮ରୁ ୧୨ ବର୍ଷ ମଧ୍ୟରେ ଫିନା ଏ ଯୋଗ୍ୟତା ପର୍ଯ୍ୟାୟ ଟାଇମିଂ, ବିଶ୍ୱଚାମ୍ପିୟନଶିପ ଓ ଅଲିମ୍ପିକ୍ସ ପାଇଁ ଭାରତୀୟ ସନ୍ତରଣକାରୀ ଯୋଗ୍ୟତା ହାସଲ କରିବେ ବୋଲି ଆଶା କରାଯାଉଛି । ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଅଧିନରେ ଏହି ଏଚପିସି କାର୍ଯ୍ୟ କରୁଛି । ଯାହାକି ଭାରତର ପ୍ରଥମ ଘରୋଇ ଏଚପିସି । କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା ମଧ୍ୟ ଏହା ଦ୍ୱାରା ରାଜ୍ୟ ତଥା ଦେଶରେ ପ୍ରତିଭାବାନ ସନ୍ତରଣକାରୀ ପାଇବାରେ ସହାୟ ହେବ ବୋଲି କହିଛନ୍ତି । କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ବୌଦ୍ଧ, ସୋନପୁର, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ, ବଲାଙ୍ଗୀର, ସମ୍ବଲପୁର ଓ ଯାଜପୁରରେ ମଧ୍ୟ ପ୍ରଶିକ୍ଷଣ ଶିବିର ଖୋଲାଯିବ ।

Leave A Reply

Your email address will not be published.