Latest Odisha News

BREAKING NEWS

ଆଇପିଏଲ ୨୦୨୨: ମହଙ୍ଗା ପଡିଲା ଏହି ଖେଳାଳିମାନଙ୍କୁ ରିଟେନ କରିବା

ମୁମ୍ବାଇ: ଆଇପିଏଲ ୨୦୨୨ରେ କେତେକ ଖେଳାଳିଙ୍କୁ ରିଟେନ କରିବା ଫ୍ରାଚାଂଇଜରମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯଦି ଟଙ୍କା ଏବଂ ରନ ହିସାବକୁ ନିଆଯାଏ ତାହାହେଲ ରୋହିତ ଶର୍ମାଙ୍କ ୧ରନର ମୂଲ୍ୟ ୧୦ ଲକ୍ଷ ଏବଂ ବିରାଟ କୋହଲିଙ୍କ ୮ଲକ୍ଷ ଟଙ୍କା ହେବ । ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୬କୋଟିରେ ରିଟେନ କରିଥିଲା । ସେ କିନ୍ତୁ ୯ ମ୍ୟାଚରେ ମାତ୍ର ୧୫୫ ରନ ସଂଗ୍ରହ କରିଛନ୍ତି । ସେହିପରି ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୫ କୋଟି ଟଙ୍କାରେ ରିଟେନ କରିଥିଲା । ସେ ୧୧ ମ୍ୟାଚରେ ୨୧୬ ରନ ସଂଗ୍ରହ କରିଛନ୍ତି । ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା (ଚେନ୍ନାଇ, ୧୬ କୋଟି) ୧୦ ଇନିଂସରେ ୧୧୬ ରନ କରିଛନ୍ତି । ସେହିପରି ଈଶାନ କିଶାନ (ମୁମ୍ବାଇ, ୧୫.୨୫କୋଟି) ୮୧ ଓ ୫୩ ରନର ଚମତ୍କାର ଇନିଂସ ଖେଳିବା ପରେ କ୍ରମାଗତ ୭ଟି ମ୍ୟାଚରେ ଫେଲ ମାରିଛନ୍ତି ।

ଶାର୍ଦ୍ଦୁଳ ଠାକୁର ( ଦିଲ୍ଲୀ, ୧୦.୭୫ କୋଟି) ୭ମ୍ୟାଚରେ ୯.୭୫ ଇକୋନୋମି ହାରରେ ୯ ୱିକେଟ ଅକ୍ତିଆର କରିଛନ୍ତି । ଯାହା କି ଉତ୍ସାହଜନକ ପ୍ରଦର୍ଶନ ନୁହେଁ । ପଞ୍ଜାବ କିଙ୍ଗସ ୯କୋଟିରେ ଶାହାରୁଖ ଖାଁଙ୍କୁ ନେଇ ସମସ୍ତଙ୍କୁ ଚକିତ କରିଥିଲା । ସେ ୮ଟି ଇନିଂସ ଖେଳିଥିଲେ ମଧ୍ୟ ୧୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରି ନାହାନ୍ତି ।

Leave A Reply

Your email address will not be published.