Latest Odisha News

BREAKING NEWS

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଗରିବ ଅନ୍ତେବାସୀଙ୍କ ମଧ୍ୟରେ କମ୍ବଳ ବଂଟନ

ସୁନ୍ଦରଗଡ: ଭୂମିହୀନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ତରଫରୁ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଚାଂୟତର ଦଲିତା ଏବଂ ଗିଦେଇ ଗାଁର ଗରିବ ଅନ୍ତେବାସୀଙ୍କ ମଧ୍ୟରେ ସୋମବାର ଦିନ କମ୍ବଳ ବଂଟନ କରାଯାଇଛି ।

ଜେଏସଡବ୍ଲ୍ୟୁ ଷ୍ଟିଲର ସିଏସ୍‌ଆର୍ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିନରେ ଏହି ଗାଁ ଗୁଡିକରେ ୧୦୯ଟି କମ୍ବଳ ବଂଟନ କରାଯାଇଛି । କମ୍ବଳ ପାଇଥିବା ଜଣେ ହୀତାଧିକାରୀ ଦିଲୀପ ମୁଣ୍ଡା କହିଛନ୍ତି, “କମ୍ବଳ ବଣ୍ଟାଯିବା ନେଇ କମ୍ପାନୀର ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ । କମ୍ବଳ ବଂଟନ କରିଥିବାରୁ ଆମେ ଜେଏସ୍‌ଡବ୍ଲ୍ୟକୁ ଧନ୍ୟବାଦ ଦେଉଛୁ । ”

ସେହିଭଳି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ରାମିଆ ମୁଣ୍ଡା ମଧ୍ୟ କମ୍ପାନୀର ଏପରି ସହାୟତା ପୂର୍ବକ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କୋଇଡା ବ୍ଲକ ଡେଭେଲପମେଂଟ୍ ଅଫିସରଙ୍କ ନିର୍ଦ୍ଦେଶରେ କମ୍ପାନୀର ସିଏସ୍‌ଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବରେ ଏହି ପଦକ୍ଷେପ ନିଆଯାଇଛି । ଖୋଦ କୋଇଡା ବ୍ଲକ୍ ଚେୟାରମ୍ୟାନ୍ ଆର କୁମୁଦିଆଲ୍‌, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଏଜିଏମ୍‌, ସିଏସ୍‌ଆର୍ ସାବଲ ଝା’ଙ୍କ ଉପସ୍ଥିତିରେ କମ୍ବଳ ଅନ୍‌ତେବାସୀଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା ।

ନିକଟରେ ବ୍ଲକ ଡେଭଲପମେଂଟ୍ ଅଫିସରଙ୍କ ପକ୍ଷରୁ କମ୍ପାନୀକୁ ସିଏସ୍‌ଆର ଅଧିନରେ ଗ୍ରାମରେ କମ୍ବଳ ବଂଟନ ନିମନ୍ତେ ଅନୁରୋଧ କରାଯାଇଥଲା । ଏକ ଦାୟିତ୍ୱପୂର୍ଣ୍ଣ ଶିଳ୍ପ ସଂସ୍ଥା ଭାବେ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ବିଭିନ୍ନ ସମୟରେ ଏଭଳି ସିଏସ୍‌ଆର୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.