Latest Odisha News

BREAKING NEWS

ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…  

ବଡବିଲ: JSW ଷ୍ଟିଲ୍ ଲିମିଟେଡ୍, ଓଡ଼ିଶା ମାଇନିଂ ଡିଭିଜନର ନାରାୟଣପୋଷୀ ଲୋହା ଓ ମ୍ୟାଙ୍ଗାନିଜ ଖଣିରେ ନୂଆ ଶ୍ରମ କୋଡ୍‌ଗୁଡ଼ିକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତ ସରକାର ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମ ଆଇନ ସଂଶୋଧନ ବିଷୟରେ କର୍ମଚାରୀମାନଙ୍କୁ ବୁଝାଇବା।

ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ରାଉରକେଲାର ଆଞ୍ଚଳିକ ଶ୍ରମ ଆୟୁକ୍ତ (ମଧ୍ୟ) ଓ ଶ୍ରମ ପ୍ରବଳନ ଅଧିକାରୀ (ମଧ୍ୟ)। ୨୦୦ରୁ ଅଧିକ କର୍ମଚାରୀ, କାର୍ଯ୍ୟକର୍ତ୍ତା ଓ ସଂପୃକ୍ତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଚାରିଟି ମୁଖ୍ୟ ଶ୍ରମ କୋଡ୍-ମଜୁରି କୋଡ୍, ସାମାଜିକ ସୁରକ୍ଷା କୋଡ୍, ଶିଳ୍ପ ସମ୍ପର୍କ କୋଡ୍ ଓ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି କୋଡର ବ୍ୟବହାରିକ ପ୍ରଭାବ ଉପରେ ଆଲୋଚନା କରିଥିଲେ।

ଅଧିକାରୀମାନେ ମାନକୀକୃତ ମଜୁରି ସଂଜ୍ଞା, ସମୟମାନ୍ୟ ଦରମା ପ୍ରଦାନ, ବିବାଦ ସମାଧାନ ପ୍ରଣାଳୀ, କର୍ମଚାରୀ ଅଧିକାର ଓ କାର୍ଯ୍ୟସ୍ଥଳ ସୁରକ୍ଷା ଓ କଲ୍ୟାଣ ବିଷୟରେ ବାଖ୍ୟା କରିଥିଲେ। ରାଜ୍ୟ ଶ୍ରମ ଆୟୁକ୍ତ ନୂତନ କୋଡ୍‌ଗୁଡ଼ିକୁ ଅନୁସରଣ କରିବାର ଲାଭ ଉପରେ ଆଲୋକପାତ କରିଥିଲେ ଓ ଅନୁସରଣ ନକରିବା ଉପରେ ସାବଧାନ କରିଥିଲେ। ସେହିପରି ଶୀଘ୍ର ଏହି କୋଡ୍‌ଗୁଡ଼ିକ ପ୍ରୟୋଗ ପାଇଁ ନିର୍ଦ୍ଦେଶିକା ଜାରି ହେବ ବୋଲି ଜଣାଇଥିଲେ।

କାର୍ଯ୍ୟକ୍ରମରେ ଆବଶ୍ୟକ ଆଇନଗତ ଆବଶ୍ୟକତା ଯଥା ନିଯୁକ୍ତି ପତ୍ର, ପରିଚୟ ପତ୍ର ଜାରି କରିବା ଓ ନିଯୁକ୍ତି ରେକର୍ଡ ଠିକ୍ ଭାବେ ରଖିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଲିଙ୍ଗ ସମତା, ନାରୀମାନଙ୍କୁ କାର୍ଯ୍ୟସ୍ଥଳରେ ସଶକ୍ତ କରିବା ଓ ଖଣି ଅପରେସନରେ ESICର ଲାଗୁ ହେବା ଭଳି ଶିଳ୍ପ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ JSW ଷ୍ଟିଲର ପ୍ରମୁଖ ପ୍ରତିନିଧିମାନେ ଯଥା ଚିତ୍ତରଞ୍ଜନ ବହିନୀପତି (HR ମୁଖ୍ୟ, ଓଡ଼ିଶା), ତପନ କୁମାର ରଥ (ମାଇନ୍ସ ମ୍ୟାନେଜର, ନାରାୟଣପୋଷୀ) ଓ ପ୍ରକାଶ ହାତି (କଲ୍ୟାଣ ଅଧିକାରୀ) ଉପସ୍ଥିତ ଥିଲେ।

 

Leave A Reply

Your email address will not be published.