Latest Odisha News

BREAKING NEWS

ହସ୍ ମନି ମାମଲା: ଇତିହାସରେ ଦଣ୍ଡିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ହସ୍ ମନି ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିନା ସର୍ତ୍ତରେ ଛାଡିଛନ୍ତି ମାନହଟ୍ଟନ କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ଵେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ନା ଜେଲ ଯିବେ ନା ଜରିମାନା ଦେବେ । କହିରଖୁଛୁ ଯେ, ଆମେରିକା ଇତିହାସରେ ଡୋନାଲ୍ଡ ଟ୍ରମ୍ପ ଦଣ୍ଡିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି । ଗତକାଲି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଦଣ୍ଡିତ କରାଯାଇଛି । ତଥାପି କୋର୍ଟ ତାଙ୍କୁ କୌଣସି ଦଣ୍ଡରେ ଦଣ୍ଡିତ କରିନାହାଁନ୍ତି । ଟ୍ରମ୍ପ ବର୍ତ୍ତମାନ ଜେଲ ଦଣ୍ଡ ନ ଭୋଗି ବିନା ଦ୍ଵାନ୍ଦରେ ହ୍ଵାଇଟ ହାଉସ୍ ଯାଇପାରିବେ ।

ସୂଚନାଯୋଗ୍ୟ, ହସ୍‌ ମନି ମାମଲାରେ, ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ ସେ ୨୦୦୬ରେ ଷ୍ଟର୍ମି ଡାନିଏଲସଙ୍କ ସହିତ ତାଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ତାଙ୍କୁ ହସ ମିନି ଦେବାକୁ ଚେଷ୍ଟା କରିଥିଲେ। ଟ୍ରମ୍ପ ଏହି ଅଭିଯୋଗଗୁଡ଼ିକୁ ଅସ୍ବୀକାର କରିଛନ୍ତି। ନ୍ୟୁୟର୍କ କୋର୍ଟ ଟ୍ରମ୍ପଙ୍କୁ ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ବ୍ୟାପାର ସହିତ ଜଡିତ ବ୍ୟବସାୟିକ ରେକର୍ଡ ଜାଲିଆତିର ୩୪ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜାନୁଆରି ୨୦ ତାରିଖରେ ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଟ୍ରମ୍ପ୍‌ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଶୁଣାଣି ଓ ଦଣ୍ଡାଦେଶକୁ ରାଜନୀତି ପ୍ରେରିତ ବୋଲି କହିଛନ୍ତି। ଏହା କେବଳ ବଦନାମ କରିବା ପାଇଁ ଏକ ପ୍ରକ୍ରିୟା ଥିଲା ଯାହା ନିଷ୍ଫଳ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

 

Leave A Reply

Your email address will not be published.