ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଭାରତର ଜୁଡାକୋ ସୁଶୀଲା ଦେବୀ ଲିକମାବାମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ୪୮ କେଜି ମହିଳା ଜୁଡୋ ଫାଇନାଲରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ନିକଟରୁ ପରାଜିତ ହୋଇଥିଲେ । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ପଂଏଟ ସ୍କୋର କରିପାରି ନ ଥିଲେ । ତେବେ ଅତିରିକ୍ତ ସମୟରେ ହ୍ୱାଇଟବୁଇ ବାଜି ମାରିଥିଲେ । ପୂର୍ବରୁ ପ୍ରିଶ୍ଚିଲା ମୋରାଣ୍ଡ ଓ ହ୍ୟାରିଏଟ ବୋପାଫେସଙ୍କୁ ପରି ଷ୍ଟାର ଖେଳାଳିଙ୍କୁ ପରାସ୍ତ କରି ସୁଶୀଲା ଫାଇନାଲକୁ ଉନ୍ନୀତ ହୋଇଥିଲେ । ଏହା ପୂର୍ବରୁ ପ୍ରଥମ ଭାରତୀୟ ଭାବେ ଜୁଡୋରେ ସେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ପଦକ ଜିତ ଭାରତ ପାଇଁ ଗୌରବ ଅର୍ଜନ କରିଥିଲେ । ସୁଶୀଲାଙ୍କ ରୌପ୍ୟ ପଦକ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
- KC Tyagi Quits JDU: ଜେଡିୟୁକୁ ବଡ଼ ଝଟକା, ନୀତିଶ ରାଜ୍ୟସଭା ମୁକୁଟ ପିନ୍ଧିବାର ଦିନକ ପରେ ଦଳ ଛାଡିଲେ କେସି ତ୍ୟାଗୀ
- SCB Medical Fire: ଏସସିବି ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ବିଧାନସଭାରେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- Pakistan Airstrike: ପାକିସ୍ତାନର ଭୟଙ୍କର ବିମାନ ଆକ୍ରମଣ
- Credit Card Users: କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଝଟକା
Comments are closed.