ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଭାରତର ଜୁଡାକୋ ସୁଶୀଲା ଦେବୀ ଲିକମାବାମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ୪୮ କେଜି ମହିଳା ଜୁଡୋ ଫାଇନାଲରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ନିକଟରୁ ପରାଜିତ ହୋଇଥିଲେ । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ପଂଏଟ ସ୍କୋର କରିପାରି ନ ଥିଲେ । ତେବେ ଅତିରିକ୍ତ ସମୟରେ ହ୍ୱାଇଟବୁଇ ବାଜି ମାରିଥିଲେ । ପୂର୍ବରୁ ପ୍ରିଶ୍ଚିଲା ମୋରାଣ୍ଡ ଓ ହ୍ୟାରିଏଟ ବୋପାଫେସଙ୍କୁ ପରି ଷ୍ଟାର ଖେଳାଳିଙ୍କୁ ପରାସ୍ତ କରି ସୁଶୀଲା ଫାଇନାଲକୁ ଉନ୍ନୀତ ହୋଇଥିଲେ । ଏହା ପୂର୍ବରୁ ପ୍ରଥମ ଭାରତୀୟ ଭାବେ ଜୁଡୋରେ ସେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ରୌପ୍ୟ ପଦକ ଜିତ ଭାରତ ପାଇଁ ଗୌରବ ଅର୍ଜନ କରିଥିଲେ । ସୁଶୀଲାଙ୍କ ରୌପ୍ୟ ପଦକ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
- ଖେଳାଳିଙ୍କ ଚାପରେ ନରମିଲା ବିସିବି, ପଦରୁ ହଟିଲେ ନଜମୁଲ ଇସଲାମ
- Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…
- ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ନିଆଁ…
- ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା କରିଥିଲେ’
- Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…
- ବୋମା ଖାଇ ହାତୀ ଗୁରୁତର, ଅନୁଗୁଳରୁ ଉଦ୍ଧାର…
- The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..
- ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
Comments are closed.