Latest Odisha News

BREAKING NEWS

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ ସୁତ୍ରରୁ ପ୍ରକାଶ ।

ଗଣମାଧ୍ୟମକୁ ସୂଚନା ଦେଇ ରେଞ୍ଜର କହିଛନ୍ତି, ଗତ ୧୦ ବର୍ଷ ହେବ ନୀଳଗିରି ଅଞ୍ଚଳରେ ହାତୀପଲ ପ୍ରବେଶ କରୁଛନ୍ତି । ତେବେ ଧାନ କଟା ସମୟରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଓଡିଶା ମୁହାଁ ହେଉଥିବା ନଜର ରହିଛି । ଚଳିତ ବର୍ଷ ପ୍ରାୟ ୫ଥର ଲାଗି ହାତୀପଲ ନୀଳଗିରି ଅଞ୍ଚଳରେ ପଶିଛନ୍ତି ।

ଆହୁରି ମଧ୍ୟ ହାତୀପଲ ଯେପରି ଜନବସତି ମଧ୍ୟକୁ ପ୍ରବେଶ ନକରନ୍ତି, ସେନେଇ ବନବିଭାଗ ସଜାଗ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.