Latest Odisha News

BREAKING NEWS

ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହେଲା ଜୁମେରା ୱେ ଦ୍ୱୀପର ଖାଲି ପ୍ଲଟ

ଦୁବାଇ: ଦୁବାଇର ଜୁମେରା ୱେ ଦ୍ୱୀପରେ ଏକ ୨୪,୫୦୦ ସ୍କ୍ୱାୟର ଫିଟ ପ୍ଲଟ ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପୂର୍ବରୁ ଲକ୍ସରୀ ଘର, ଫ୍ଲାଟ ଓ ଭିଲ୍ଲାକୁ ଅଧିକ ଦରରେ କିଣା ଯାଉଥିବା ଦେଖାଯାଇଛି । ମାତ୍ର ଖାଲି ପ୍ଲଟକୁ ଏତେ ଦରରେ କିଣିବା ଏକ ରେକର୍ଡ ବୋଲି କୁହାଯାଉଛି । ଦୁବାଇ ବାହାରର ଜଣେ ବ୍ୟକ୍ତି ଏହି ପ୍ଲଟ କିଣିଛନ୍ତି । ସେ ପରିବାର ସହ ଛୁଟି କଟାଇବା ପାଇଁ ଏହାକୁ କିଣିଛନ୍ତି । ୨ ବର୍ଷ ତଳେ ୮୧.୪୩ କୋଟି ଟଙ୍କାରେ ଜଣେ ବ୍ୟକ୍ତି ଏହାକୁ କିଣିଥିଲେ । ସେ ଏହାକୁ ୧୯୭ କୋଟି ଅଧିକ ଟଙ୍କାରେ ଏହାକୁ ବିକ୍ରି କରିଛନ୍ତି ।

ଦୁବାଇରେ ଟ୍ୟାକ୍ସ କମ ଥିବା ବେଳେ ଅପରାଧ ହାର ମଧ୍ୟ ସନ୍ତୋଷଜନକ । ଫଳରେ ବିଦେଶର ଧନୀ ବ୍ୟକ୍ତିମାନେ ଏଠାରେ ରହିବାକୁ ବେଶ ପସନ୍ଦ କରୁଛନ୍ତି । ଜୁମେରା ଏକ କୃତ୍ରିମ ଆଇଲାଣ୍ଡ । ଏହା ୬ ମିଲିୟନ ସ୍କ୍ୱାୟର ଫିଟ ବିଶିଷ୍ଠ ଅଂଚଳକୁ ଜୁମେରା କୂଳରେ ନିର୍ମାଣ କରାଯାଇଛି । ଦୁବାଇ ଏବେ ହାଉସିଂ ମାର୍କେଟରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସେଠାକାର ସ୍ଥାୟୀ ବାସିନ୍ଦା ଏବଂ ଯାହାର ପ୍ଲଟ ଆକାଶଛୁଆଁ ଦରରେ ବିଦେଶୀଙ୍କୁ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.