Latest Odisha News

BREAKING NEWS

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା ଦେଖିବାକୁ ମିଳୁଛି।

ସ୍ଥିତି ଏଭଳି ହୋଇଛି ଯେ ବିଜେପି ପକ୍ଷରୁ ହେଉଥିବା ସରକାର ବିରୋଧୀ ଆନ୍ଦୋଳନରେ ପାଇଲଟଙ୍କ ସାମିଲ ହେବା ସ୍ଥିତିକୁ ରୋଚକ କରିଛି। ଏଭଳି ସ୍ଥିତିରେ ଆଉ ଏକ ଖବର ରାଜସ୍ଥାନ ସମେତ ଦେଶର ରାଜନୀତିକୁ ସରଗରମ କରିଛି।

ଦଳ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ରାଜସ୍ଥାନର ଅର୍ଦ୍ଧାଧିକ ବିଧାୟକ ଆଗାମୀ ନିର୍ବାଚନରେ ଟିକେଟ ପାଇଲେ ହାରିବେ ବୋଲି କୁହାଯାଉଛି। ପୂର୍ବ ନିର୍ବାଚନରେ ଦଳର ୯୯ ବିଧାୟକ ଜିତିଥିବା ବେଳେ ଏଥିରୁ ଅଧାରୁ ଅଧିକ ବିଧାୟକ ଲୋକପ୍ରିୟତା ହରାଇଥିବା ଜଣାପଡିଛି।

ଏପରିକି ବହୁ ମନ୍ତ୍ରୀ ମଧ୍ୟ ବଦନାମ ହୋଇଛନ୍ତି। ଯାହାକୁ ନେଇ ଦଳର ଚିନ୍ତା ଆହୁରି ବଢିଛି। ଗୋଟିଏ ପଟେ ପାଇଲଟ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଅନ୍ୟପଟେ ଏହି କଥା ଦଳର ମୁଖିଆଙ୍କ ଚିନ୍ତା ବଢ଼ାଇଛି।

ତେଣୁ ରାଜସ୍ଥାନରେ କଂଗ୍ରେସ ବିଜେପିର କର୍ଣ୍ଣାଟକ ମଡେଲ ଆପଣାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ କର୍ଣ୍ଣାଟକରେ ଯେଭଳି ପୁରୁଣା ନେତାଙ୍କୁ ଟିକେଟ ନ ଦେଇ ବିଜେପିରେ ବିଦ୍ରୋହ ହେଲା ତାକୁ ରୋକିବା ପାଇଁ କଂଗ୍ରେସ ନୂଆ ରଣନୀତି ଆପଣାଇଛି।

ଆଗୁଆ ସର୍ଭେ କରି ଦଳ ନେତାଙ୍କୁ ଜଣାଇ ଦେଇଛି। ତେଣୁ ଲୋକପ୍ରିୟତା ହରାଇଥିବା ନେତାମାନେ ସଜାଗ ହୋଇ ଏହାକୁ ଭରଣା ନ କଲେ ତାଙ୍କ ଟିକେଟ କଟିବ ବୋଲି କୁହାଯାଉଛି।

ଆଗୁଆ ଜଣେଇଦେଲେ ସେତେବେଳେ ବିଦ୍ରୋହ କମିପାରେ ବୋଲି ଆଲୋଚନା ହେଉଛି। ରାଜସ୍ଥାନରେ ପ୍ରତ୍ୟେକ ବ୍ୟବଧାନରେ ସରକାର ବଦଳୁଥିବା ଦେଖାଯାଏ। କିନ୍ତୁ ଏଥର କଂଗ୍ରେସ ସରକାରରେ ରହିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କିନ୍ତୁ ବହୁ ବିଧାୟକ ଲୋକପ୍ରିୟତା ହରାଇବା ଓ ପାଇଲଟଙ୍କ ଏଭଳି କାର୍ଯ୍ୟକଳାପ କଂଗ୍ରେସ ନେତୃତ୍ୱକୁ ଚିନ୍ତାରେ ପକାଇଛି।

Leave A Reply

Your email address will not be published.