Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର; ଶିମିଳିପାଳ ଓ ସାତକୋଶିଆରେ ହେବ ଜଙ୍ଗଲ ସଫାରୀ !

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଆରମ୍ଭ ହେଉଥିବା ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନର ଗୁଡ଼ଗୁଡ଼ି ଓ ଦେବସ୍ଥଳୀ ମଧ୍ୟରେ ଥିବା ୨୫ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ଜଙ୍ଗଲ ସଫାରୀ ନିର୍ମିତ ହେବ ।

ଏହି ଜଙ୍ଗଲ ସଫାରୀ ମଧ୍ୟରେ କେଉଁ ପ୍ରକାର ଯାନ ବ୍ୟବହୃତ ହେବ ସେନେଇ ସରକାର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା କରିଛନ୍ତି ।

ଇତିମଧ୍ୟରେ ସାତକୋଶିଆରେ ମଧ୍ୟ ରାଜ୍ୟ ସରକାର ବୋଟ ମାଧ୍ୟମରେ ପର୍ଯ୍ୟଟନକୁ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସମ୍ପ୍ରସାରଣ ବଡ଼ମୂଳରେ ଥିବା ମହାନଦୀ ଗଣ୍ଡରୁ ଟିକରପଡ଼ା ପର୍ଯ୍ୟନ୍ତ ସଂପ୍ରସାରିତ ହେବା ନେଇ ସୂଚନା ମିଳିଛି ।

ଟିକଟପଡ଼ାର ଏହି ମହାନଦୀ ଗଣ୍ଡଟି ଅତ୍ୟନ୍ତ ଗଭୀର ତଥା କୁମ୍ଭୀରମାନଙ୍କ ଚରାଭୂଇଁ ଭାବେ ପରିଚିତ ।

ଏଥିଲାଗି ଅତ୍ୟାଧୁନିକ ସମ୍ପନ୍ନ ବୋଟ ଏବଂ ଆନୁଷଙ୍ଗୀକ ସୁରକ୍ଷା ପୋଷାକ ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାବ୍ୟତୀତ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ଥିବା ଚୁଟକେଇ ଏବଂ ତାଲୁକ ଜଳପ୍ରପାତ ମଧ୍ୟରେ ଜଙ୍ଗଲ ସଫାରୀ କରିବାକୁ ଯୋଜନା ରହିଛି ।

Leave A Reply

Your email address will not be published.