Latest Odisha News

BREAKING NEWS

ଲାଞ୍ଚ ନେବାବେଳେ ଆକାଉଣ୍ଟାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ବିଭାଗ ବରିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅବସରକାଳୀନ ଭତ୍ତା ସହ ସମସ୍ତ କାଗଜପତ୍ର କରିଦେବାପାଇଁ ସେ ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଫରେଷ୍ଟ ଗାର୍ଡ ବିନୋଦିନି କୈବର୍ତ୍ତ ଇଚ୍ଛାକୃତ ଅବସର ନେଉଥିଲେ ।  ଅବସରକାଳୀନ ଭତ୍ତା ସହ ବିଭିନ୍ନ ପ୍ରକାର କାଗଜାତ ପ୍ରସ୍ତୁତ କରାଇ ଦେବା ପାଇଁ ଅଫିସରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତୟ ତାଙ୍କର ଦରକାର ଥିଲା । ଏଥିପାଇଁ କନିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ ବାଗ ତାଙ୍କୁ ଟଙ୍କା ମାଗୁଥିଲେ । ଏପରିକି, ଲାଞ୍ଚ ଦେବାକୁ  ଭାଇ ମନୋଜ କୈବର୍ତ୍ତଙ୍କୁ ଟଙ୍କା ଡିମାଣ୍ଡ କରି ଆସୁଥିଲେ ।

ଏ ନେଇ ମନୋଜ ଭିଜିଲାନ୍ସ କୁ ଜଣାଇଥିଲେ  । ଭିଜିଲାନ୍ସ ବିଭାଗ ତରଫରୁ ଦୁଇଗୋଟି ସ୍ୱତନ୍ତ୍ର ଟିମ ଗଠନ ହୋଇ ପୁରା ପ୍ରସ୍ତୁତି ସହ  ଆଜି ଆସିଥିଲେ ।  ପୂର୍ବ ପ୍ରସ୍ତୁତି ଅନୁସାରେ,  ଶ୍ରୀ କୈବର୍ତ୍ତ କନିଷ୍ଠ ଆକାଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗଙ୍କୁ ଟଙ୍କା ଦେଇଥିଲେ ।  ଟଙ୍କା ଗ୍ରହଣ କରୁଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । ଶ୍ରୀ ବାଗଙ୍କୁ ଗିରଫ କରିବା ସହ ତାଙ୍କର ରକାରୀ କାର୍ଯ୍ୟାଳୟ ଓ ତାଙ୍କ ନିଜ ବାସଭବନରେ ଆଜି  ଚଢାଉ କରିଛି ବିଭାଗ ।   ଚଢାଉ ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ଭିଜିଲାନ୍ସ ।

Leave A Reply

Your email address will not be published.