Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ସାମୂହିକ ଇସ୍ତଫା ଦେଲେ ୩ ହଜାର ଜୁନିଅର ଡାକ୍ତର

ଭୋପାଳ : ମଧ୍ୟପ୍ରଦେଶ ଗ୍ବାଲିୟରରେ ଜୁନିଅର ଡାକ୍ତରଙ୍କ ସାମୂହିକ ଇସ୍ତଫା । ଦାବି ପୂରଣ ନହେବାରୁ ପାଖାପାଖି ୩ ହଜାର ଜୁନିଅର ଡାକ୍ତର ଦେଇଛନ୍ତି ସାମୂହିକ ଇସ୍ତଫା । ସେହିପରି ଜବଲପୁରରେ ୪୦୦ ଡାକ୍ତର ମଧ୍ୟ ଇସ୍ତଫା ଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି ଜୁନିଅର ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଭୋପାଳର ଜୁନିଅର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସାମୂହିକ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆନ୍ଦୋଳନକାରୀ ଡାକ୍ତରଙ୍କ କହିବା କଥା ହେଲା, ବାଧ୍ୟ ବାଧକତା ପାଇଁ ଆମେ ଏପରି କରିଛୁ । ଆମ ଦାବି ତୁରନ୍ତ ନୂରଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଡାକ୍ତରଙ୍କ ଇସ୍ତଫା ପରେ ଜବଲପୁର ହାଇକୋର୍ଟ ଜୁନିଅର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଆନ୍ଦୋଳନ ଶେଷ କରିବାକୁ କହିଛନ୍ତି । ଏଥିସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଯଦି ଆନ୍ଦୋଳନକାରୀ ଡାକ୍ତର କାର୍ଯ୍ୟରେ ଯୋଗ ନଦିଅନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ସରକାର । ମଧ୍ୟପ୍ରଦେଶରେ ୬ ଦଫା ଦାବିରେ ଗତ ୪ ଦିନ ହେଲାଣି ଆନ୍ଦୋଳନ କରିଆସୁଛନ୍ତି ଜୁନିଅର ଡାକ୍ତର ।

Leave A Reply

Your email address will not be published.