Latest Odisha News

BREAKING NEWS

ଭାସୁଛି ମୃତ ଦେହ, ଝୁଣି ଖାଉଛି କୁକୁର

ଉତ୍ତରପ୍ରଦେଶ : ନଦୀ କୂଳରେ ଲୋମ ଟାଙ୍କୁରା ଦୃଶ୍ୟ । ନଦୀରେ ଭାସୁଛି ମୃତ ଦେହ । ଆଉ ତାକୁ ଝୁଣି ଖାଉଛନ୍ତି କୁକୁର । ଏହିଭଳି ଦୟନୀୟ ଚିତ୍ର ଉତ୍ତରପ୍ରଦେଶ କେଦାରଘାଟର ନଦୀ କୂଳରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରତିଦିନ କୋଭିଡରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି । ସଂସ୍କାର କରିବାକୁ ସ୍ଥାନ ବି ମିଳୁନି । ଏମିତିକି ଲୋକେ ମୃତ ଦେହ ଗୁଡିକୁ ନଦୀରେ ଫୋପାଡି ଦେଉଛନ୍ତି । କିଛି ଦିନ ତଳେ ଗଙ୍ଗା ନଦୀରେ ମୃତ ଦେହ ଭାସୁଥିବା ବେଳେ ନଦୀ ବାଲିରେ ମଧ୍ୟ ପୋତା ଯାଇଥିଲା ।
କିଛି ଲୋକ ସଂସ୍କାର ନକରି ଏଣେ ତେଣେ ମୃତ ଦେହ ଫିଙ୍ଗି ଦେଉଛନ୍ତି ।

ତେବେ ବର୍ଷା ଯୋଗୁ ଏହି ସବ ମୃତ ଦେହ ଗୁଡିକ ନଦୀ ସୁଅରେ ଭାସିଆସିଥିଲା । ଯାହାକି କୁକୁର ମାନଙ୍କ ପାଲଟିଲା ଖାଦ୍ୟ । କୁକୁର ନଦୀ ସୁଅରୁ ମୃତ ଦେହ ଆଣି ଝୁଣି ଖାଇବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏମିତିକି କିଛି ଅଧାପୋଡା ଅବସ୍ଥାରେ ବି ଭାସୁଥିବା ଦେଖିବାକୁ ମିଳିଛି ।ଏହିଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

Leave A Reply

Your email address will not be published.