Latest Odisha News

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ ଶଙ୍କର। ଏକାଧିକ ବାର ଉକ୍ତ ଉପଭୋକ୍ତା କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହନ୍ତଙ୍କ ପାଖକୁ ଯାଇ ଅନୁରୋଧ କରିବାପରେ ବି ବିଦ୍ୟୁତ ସଂଯୋଗ ସମ୍ଭବପର ହୋଇନଥିଲା। ତେବେ ଆଜି ଉପଭୋକ୍ତାଙ୍କ ସଂପର୍କୀୟ ବିଜୟ କୁମାର ପାତ୍ରଙ୍କଠାରୁ ଯନ୍ତ୍ରୀ ଭବାନୀ ଶଙ୍କର ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି ।

ଘଟଣାସ୍ଥଳରୁ ୧୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହନ୍ତଙ୍କ ନାଆଁରେ ଭିଜିଲାନସ ଏକ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି।

 

Comments are closed.