Latest Odisha News

BREAKING NEWS

୨ ଲକ୍ଷ ଟଙ୍କା ଲାଞ୍ଚ ସହ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁର ଜିଲ୍ଲା କୁଆଖିଆ ସେକସନର ଜରକା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା । ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଖବର ମୁତାବକ, କନିଷ୍ଠ ଯନ୍ତ୍ରୀ ଭୀମସେନ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ନିଜ କାର୍ଯ୍ୟାଳୟରୁ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ବେଣ୍ଟପୁରଶାସନକୁ ଫେରୁଥିଲେ । ବିଶେସ ସୂତ୍ରରୁ ଖବର ପାଇ ପୂର୍ବରୁ ଭିଜିଲାନ୍ସର ଏକ ଟିମ ୧୬ ଜାତୀୟ ରାଜପଥର ଟାଙ୍ଗୀ ଟୋଲ ଗେଟ୍‌ ନିକଟରେ ଜଗି ରହିଥିଲା । ଏହାପରେ ଭୀମସେନଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଏହି ସମୟରେ ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ କରିଛି ।

ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ଗାଡ଼ିକୁ ଜବତ କରିବା ସହିତ ପଚରାଉଚରା ହେପାଜତକୁ ନେଇଛନ୍ତି । ଏହା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସେନଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.