Latest Odisha News

BREAKING NEWS

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ସରକାରୀ କ୍ୱାର୍ଟର୍ସରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ପ୍ରଦୀପ କୁମାର ଘୋଷ ବୌଦ୍ଧ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ପ୍ରଦୀପ ମଧ୍ୟାହ୍ନ ସମୟରେ ନିଜ କ୍ବାଟର୍ସ କୁ ଖାଇବାକୁ ଆସି ଆଉ ଅଫିସ୍ ଫେରି ନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ନଥିବାରୁ ସହଯୋଗୀ ମାନେ ତାଙ୍କ କ୍ବାଟର୍ସ କବାଟ ବାଡେଇଥିଲେ ହେଲେ ସେ ଶୁଣିନଥିଲେ କି କବାଟ ମଧ୍ୟ ଖୋଲିନଥିଲେ । ଏହାପରେ କବାଟ ଭାଙ୍ଗିବାପରେ ପ୍ରଦୀପଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ସହକର୍ମୀମାନେ ।

ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯିବା ସହ ପ୍ରଦୀପଙ୍କ ପରିବାରକୁ ଜଣାଇଥିଲେ । ତେବେ କନିଷ୍ଠ ଯନ୍ତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଘଟଣାର ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.