Latest Odisha News

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।

ଖେଳାଳୀ ମାନେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କଲେଣି। ଆସନ୍ତା ୧୫ ତାରିଖରେ ଅନ୍ୟଟିମ ଭୁବନେଶ୍ୱରରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଏହି ହକି ଟୁଣ୍ଣାମେଣ୍ଟରେ ଦର୍ଶକ ମାନଙ୍କୁ ଷ୍ଟାଡିଅମ ଆସିବାକୁ ବାରଣ କରାଯାଇଛି।

ଖଳାଳୀ ଓ ଷ୍ଟାପ ମାନଙ୍କର ପ୍ରତିଦିନ ଆରଟିପିସିଆର ଟେଷ୍ଟ ହେବ। ଅନ୍ୟପଟେ ଖେଳଳୀ ମାନଙ୍କ ପାଇଁ ଦୁଇଟି ହସ୍ପିଟାଲ ସଂରକ୍ଷିତ ରଖାଯାଇଛିା ସେପଟେ ଏଥର ଟିଭରେ ହକି ବିଶ୍ୱକପ ଦେଖିବା ନେଇ ଉତ୍ସାହିତ ଅଛନ୍ତି ହକିପ୍ରେମୀମାନେ।

Leave A Reply

Your email address will not be published.