Latest Odisha News

BREAKING NEWS

ଭାଇରାଲ ହେଉଛି ଭିଡ଼ିଓ, ସୀମା ଟପିଯାଉଛି ଅଶ୍ଳୀଳତା

କଟକ: ଭାଇରାଲ ହେଉଛି ଭିଡ଼ିଓ । ସୋସିଆଲ ମିଡିଆରେ ଅଶ୍ଳୀଳତାର ସୀମା ଟପି ଯାଉଛନ୍ତି ଯୁବପୀଢି । କଟକରେ ସେମିତି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି ।  ଭିଡିଓରେ ବ୍ୟବହୃତ ଖଣ୍ଡା ଏବଂ ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ କରି ଏମାନେ ଭିଡିଓ ସୁଟ୍ କରିଛନ୍ତି । ଭିଡିଓରେ ଜଣେ ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।

ନିଜର ପତିଆରା ବଢାଇବା ପାଇଁ ସାମାଜିକ ଗଣମାଧ୍ୟମକୁ ମାଧ୍ୟମ କରୁଛନ୍ତି ଯୁବପୀଢି । ସାମାଜିକ ଗଣମାଧ୍ୟମ ଇନଷ୍ଟ୍ରାଗ୍ରାମରେ ଚାଲିଛି ଚ୍ୟାଲେଞ୍ଜ ।

ଅନ୍ୟପଟେ ଏଭଳି ପୋଷ୍ଟକୁ ନେଇ ମାଲଗୋଦାମ ଥାନା ପୋଲିସ ଉଭୟ ଗ୍ରୁପର ୬ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି । ଗୋଟିଏ ଗ୍ରୁପ୍ ଅନ୍ୟ ଗ୍ରୁପକୁ ନିଚ୍ଚା ଦେଖାଇବା ପାଇଁ ଏଭଳି ପୋଷ୍ଟ୍ କରିଥିବା କହିଛନ୍ତି ଯୁବତୀ ଜଣକ ।

ତାଙ୍କର ପ୍ରତିପକ୍ଷ ଗ୍ରୁପ୍ ସେମାନଙ୍କୁ ବଦନାମ କରିବାକୁ ଚାହୁଥିବା ଯୁବତୀ ଜଣକ କହୁଥିବା ବେଳେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଯୁବତୀ । ତେବେ ଏହି ଭିଡିଓ ସେ ଜଣେ ସାନଭାଇଙ୍କ ସହ ଖୁସିରେ କରି ଦେଇଥିଲେ ବୋଲି ଯୁବତୀ ଜଣକ କହିଛନ୍ତି । ଆଉ ଆଗାମୀ ଦିନରେ କିପରି ଏଭଳି ନ ହୁଏ ସେଥିପ୍ରତି ସଜାଗ ଏବଂ ସଚେତନ ରହିବେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.