Latest Odisha News

BREAKING NEWS

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ ଜିଣିଥିଲେ । ଶପଥ ଗ୍ରହଣ ସମାରୋହରେ ଅଭ୍ୟାନ ତୋମର(ଜୁନିୟର କେଜ୍ରିୱାଲ) ବିଶେଷ ଭାବେ ଆମନ୍ତ୍ରିତ ହୋଇଥିଲେ । ଆପ୍ ନେତା ରାଘବ ଚଢ଼ା ଓ ସୋମନାଥ ଭାରତୀ ମଧ୍ୟ କୁନି କେଜ୍ରିୱାଲଙ୍କ ସହ ସେଲ୍ଫି ନେଇଥିଲେ ।

ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବେଶଭୂଷାରେ ଜୁନିୟର କେଜ୍ରିୱାଲ ଅଭ୍ୟାନ ତୋମର ନଜର ଆସିଥିଲେ । ସେ ନାଲି ରଙ୍ଗର ସ୍ୱେଟର, କଳା ମଫଲର ଓ ଚଷମା ପିନ୍ଧିଥିଲେ ଓ ନକଲି ନିଶ ଲଗାଇଥିଲେ ।

Leave A Reply

Your email address will not be published.