Latest Odisha News

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।

ସେହିପରି ଇଂଲଣ୍ଡର ଭାରତ ଗସ୍ତ ଅବସରରେ ମୋଟେରାର ନବ ନିର୍ମିତ ଷ୍ଟାଡିୟମରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯିବ । ଇଂଲଣ୍ଡ ଭାରତ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅବତୀର୍ଣ୍ଣ ହେବ । ଉପରୋକ୍ତ ୨ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହଙ୍କ ଉପସ୍ଥିତିରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ନିଆଯାଇଥିଲା ।

Leave A Reply

Your email address will not be published.