Latest Odisha News

ଜାତୀୟ ଜୁନିୟର ରଗବୀ: ଓଡିଶା ବାଳିକା ଟିମକୁ ରୌପ୍ୟ

ପାଟନା: ଏଠାରେ ଚାଲିଥିବା ଜାତୀୟ ଜୁନିୟର ରଗବୀ ଚାମ୍ପିୟନଶିପରେ ଓଡିଶା ବାଳିକା ଟିମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ୭-୨୪ରେ ଆୟୋଜକ ଟିମ ବିହାରଠାରୁ ହାରି ଯାଇଥିଲା । ଅପରାଜେୟ ଓଡିଶା ଶେଷ ହର୍ଡଲ୍ସ ପାର କରିବାରେ ବିଫଳ ହୋଇଥିଲା । ପୂର୍ବରୁ ସେମିଫାଇନାଲରେ ଓଡିଶା ୧୭-୧୨ରେ ମହାରାଷ୍ଟ୍ରକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା ।

ଅପରପକ୍ଷରେ ବିହାର ତାର ଆଧିପତ୍ୟ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ବଜାୟ ରଖିଥିଲା । ଉଭୟ ବାଳକ ଏବଂ ବାଳିକା ବିଭାଗରେ ସେମାନେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ । ବାଳକ ବିଭାଗ ଫାଇନାଲରେ ବିହାର ୧୭-୫ରେ ରାଜସ୍ଥାନକୁ ହରାଇଥିଲା । ସେମିରେ ୩୮-୦ରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା ।

Leave A Reply

Your email address will not be published.