Latest Odisha News

BREAKING NEWS

ଅକଲ ତେରି ଚାଲ୍ ମେରି, ଧଳା ଜହରର ମହିଳା ସର୍ଦ୍ଦାର ରିନା ଜେନା ଗିରଫ

ଭୁବନେଶ୍ୱର: ନିଶା କାରବାରରେ ଗୁଲାବି ଗ୍ୟାଙ୍ଗ୍ । ଭୁବନେଶ୍ୱର ଛାଇଗଲେଣି ଲେଡି ପେଡଲର । କଲୋନିଠୁ ଛକ ହାଇପ୍ରୋଫାଇଲ ହୋଟେଲ ହେଉ ବା ବସ୍ତି ଭୁବନେଶ୍ୱର ଚାରିଆଡେ ବ୍ରାଉନସୁଗାର ଲେଡିଙ୍କ ନେଟୱର୍କ। ପୋଲିସଠୁ ବର୍ତ୍ତିବାକୁ ନିଶା କାରବାର ଆପଣାଇଛନ୍ତି କିଛି ମହିଳା ଓ ଯୁବତୀ। ଯାହାକି ସହଜରେ ପୋଲିସ ସ୍କାନରରୁ ଖସିବା ପାଇଁ ଏଭଳି ବାଟ ଆପଣାଇଛନ୍ତି। ଆଉ ଏମାନଙ୍କ ନମ୍ବର ଏବେ କଲେଜ ପଢୁଆ ଛାତ୍ର ଛାତ୍ରୀ ସହ ନିତି ଦିନିଆ ଡ୍ରଗସ ନେଉଥିବା ପିଲାଙ୍କ ପାଖରେ ରହିଛି।

ଆଉ କୋର୍ଡ ଓ୍ୱାର୍ଡରେ ମେସେଜ କରି ସହଜରେ ଯେଉଁଠି ପାରୁଛନ୍ତି ସେଇଠୁ ନିଶା ବେପାର କରୁଛନ୍ତି। କାରଣ ଏମାନଙ୍କ ମୋହରା କରି ନିଶା କାରବାରର ନେଟୱର୍କ ବିଛାଇଛନ୍ତି କିଛି ଡ୍ରଗସ ମାଫିଆ। ଆଉ ରାଜ୍ୟ ବାହାରୁ ଡ୍ରଗସ ଆଣି ଭୁବନେଶ୍ୱର ବେଧଡକ ଚଲାଇଛନ୍ତି କାରବାର । ଯାହର କିଛି ଖୁଲାସା ବିଗତ କିଛି ଦିନ ଧରି ପୋଲିସ ହାତରେ ଧରାପଡୁଥିବା କିଛି ଲେଡି ପେଡଲରଙ୍କ ଭୁମିକା ସାମ୍ନାକୁ ଆସିବା ପରେ ଏବେ ପୋଲିସ ଏମାନଙ୍କ ଉପରେ ଆଖିପକାଇଛି।

କାରଣ ଖଣ୍ଡଗିରି ଥାନା ଅଞ୍ଚଳର ତପୋବନ ବସ୍ତିରେ ୧୯ତାରିଖ ସକାଳୁ ଖବର ପାଇ ରେଡ ବେଳେ ଜଣେ ମହିଳା ରିନା ଜେନାଙ୍କ ଠୁ ୧୧ଗ୍ରାମର ବ୍ରାଉନସୁଗାର ସହ ୭୧ହଜାର ଟଙ୍କା ଜବତ କରିଛି । ଏଥିସହ ତାଙ୍କ ନିକଟରୁ ଜବତ ହୋଇଥିବା ଏକ ମୋବାଇଲରୁ ପୋଲିସ ପାଇଛି କିଛି ଡ୍ରଗସ କାରବାର ଡେଲି ଗ୍ରାହାକଙ୍କ କଣ୍ଟାକ୍ଟ ସେହିପରି ୧୭ ତାରିଖରେ ନୟାପଲ୍ଲୀ ଥାନା ସାଲିଆ ସାହିରୁ ଏଅ କାରକୁ ପିଛା କରି ପୋଲିସ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଥିଲା। ଯେକି ମହିଳା ପୁର୍ଣ୍ଣିମା ବରାଳ ଜରିଆରେ ସ୍ୱାମୀ ଦିଲ୍ଲିପ ବରାଳ ବ୍ରାଉନସୁଗାର ନେଟୱର୍କ ଚଳାଇଥିଲା ଉଭୟଙ୍କୁ ଗିରଫ ବେଳେ ଏକ ଟାଟା ଟିଆଗୋର ଗାଡି ସହ ୬.୬ଗ୍ରାମର ବ୍ରାଉନସୁଗାର ଓ ସହ ୫ହଜାର‌ଟଙ୍କା ଜବତ କରିଥିଲା ପୋଲିସ।

ଏଇଭଳି ଭାବେ ବିଗତ ୬ମାସରେ ୬୭୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ଭୁବନେଶ୍ୱରରେ। ୬୭ଲକ୍ଷ ଟଙ୍କା ନଗତ ଜବତ କରିବା ସହ ଏଯାବତ ଧରାପଡିଲେଣି ୮ଜଣ ମହିଳା। ବିଶେଷ କରି ନିଶା କାରବାରରେ ମହିଳା ମାନଙ୍କ ଟ୍ରେଣ୍ଡ ଏବେ ଦେଖିବାକୁ ମିଳିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ସେହିପରି କେବଳ ପୋଲିସ ନୁହେଁ ଲେଡି ନିଶା ମାଫିଆଙ୍କ ଉପରେ ଏବେ ଅବକାରୀ ଟିମ ଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭଳି ଅନେକ ତଦନ୍ତକାରୀ ସଂସ୍ଥା ଏହା ଉପରେ ନଜର ପକାଇଛନ୍ତି। ଧୀରେ ଧୀରେ ପୁରୁଷ ନେଟୱର୍କ ପୋଲିସ ଖୋଜି ଖୋଜି ଗିରଫ କରୁଥିବା ବଜାରର ଡିମାଣ୍ଡ ଦେଖି ଲେଡି ପେଡଲରଙ୍କ ଜରିଆରେ କାରବାରକୁ ଆଗକୁ ବଢାଉଛନ୍ତି କିଛି ପେଶାଦାର‌ ନିଶା ମାଫିଆ।

ଆଉ କିଛି ଦିନ ତଳେ ଭୁବନେଶ୍ୱରରୁ ଆମେରିକାନ କୋକେନ ଜବତ ହେବା ପରେ ମଧ୍ୟ ଧୀରେ ଧୀରେ ନିଶା କାରବାରର ବଢୁଥିବା ନେଟୱର୍କ ଓ ନେଟଓ୍ୱର୍କରେ ମହିଳାଙ୍କ ସମ୍ପୃକ୍ତି ଏବେ ତଦନ୍ତକାରୀ ସଂସ୍ଥା ପାଇଁ ସହଜରେ ଧରିବା ଏବେ ଚିନ୍ତା ଜନକ ବିଷୟ ହୋଇଛି।

ଏନେଇ ଆଇନଜୀବୀ ପ୍ରଶାନ୍ତ ସାହୁ କହିଛନ୍ତି ଜବତ ହେଉଥିବା ନିଶା ବିପୁଳ ପରିମାଣର ରହିଛି । ଏହାକୁ ଜବତ କରି ତଦନ୍ତକାରୀ ସଂସ୍ଥା କଠୋର ପ୍ରମାଣ ଯୋଗାଡ କୋର୍ଟରେ ଉପସ୍ଥାପନା କରି କଡା ଦଣ୍ଡବିଧାନ ବ୍ୟବସ୍ଥା କରିପାରନ୍ତା ଫଳରେ ଧୀରେ ଧୀରେ ଏହି ଟ୍ରେଣ୍ଡରେ ଏକପ୍ରକାର ରୋକ ଲାଗିପାରିବ ବୋଲି ଆଶା କରାଯାଇପାରେ।

Leave A Reply

Your email address will not be published.