Latest Odisha News

BREAKING NEWS

ନୂତନ ବେତନ ସଂଶୋଧନକୁ ବିରୋଧ, ରାଉରକେଲା ଇସ୍ପାତ କାରଖାନା ଆଗରେ ଜୁନିଅର ଅଫିସରଙ୍କ ପ୍ରତିବାଦ

ରାଉରକେଲା : ନୂତନ ବେତନ ସଂଶୋଧନକୁ ବିରୋଧ । ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ଜୁନିଅର ଅଫିସର କରିଛନ୍ତି ପ୍ରତିବାଦ । ରାଉରକେଲା ଇସ୍ପାତ କାରଖାନା ଅଫିସର ସଂଘ ନେତୃତ୍ବରେ ଜୁନିଅର ଅଫିସରମାନେ ଇସ୍ପାତ କାରଖାନା ଫାଟକ ସମ୍ମୁଖ ବିଶ୍ରା ଛକରେ ଏକାଠି ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀ ପଦୋନ୍ନତି ପାଇ ୨୦୦୮ ଓ ୨୦୧୦ ମସିହାରେ ଜୁନିଅର ଅଫିସର ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ଜୁନିଅର ଅଫିସର ଭାବେ ପଦୋନ୍ନତି ପାଇଥିଲେ ମଧ୍ୟ ଜୁନିଅର ଅଫିସର କର୍ମଚାରୀଙ୍କ ଠାରୁ କମ ଦରମା ପାଉଥିବା ଅଭିଯୋଗ ହୋଇଛି ।

BjdElectrycity

ଯୋଗ୍ୟତା ବଳରେ ପଦୋନ୍ନତି ପାଇବାର ୧୩ ବର୍ଷ ବିତିଥିଲେ ବି କର୍ମଚାରୀଙ୍କ ଠାରୁ କମ ବେତନ ପାଉଛନ୍ତି । ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ସଂଘ । ଦାବି ପୂରଣ ପାଇଁ ଆଜି ବିଶ୍ରା ଛକରେ ପ୍ରତିବାଦ କରିଛନ୍ତି ଜୁନିଅର ଅଫିସର । ସେଲ୍ ପକ୍ଷରୁ ଦାବି ପୂରଣ କରାନଗଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.