Latest Odisha News

BREAKING NEWS

ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ହେଲେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ। ଅନେକ ଦିନ ଏହି ପଦବୀ ଖାଲି ପଡିବା ପରେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବରେ ଜଷ୍ଟିସ ତ୍ରିବେଦୀ  ନିଯୁକ୍ତ ହୋଇଛନ୍ତି । ଦୀର୍ଘଦିନ ହେବ ଏହି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ରହିଛି ଜଳ ବିବାଦ। ଏହାକୁ ସମାଧାନ ପାଇଁ ଗଠିତ ହୋଇଥିଲା ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବା ପରେ ଦୀର୍ଘଦିନ ଧରି ଏହି ପଦ ଖାଲି ପଡ଼ିଥିଲା। ଏହାକୁ ନେଇ ଅନେକ ଅନିଶ୍ଚିତତା ଜାରି ରହିଥିଲା। ଗତ ଫେବ୍ରୁଆରୀ ମାସରୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦ ଖାଲି ପଡିଥିଲା। ଏହି ଅଧ୍ୟକ୍ଷ ନିଯୁକ୍ତି ପରେ ମହାନଦୀ ସଂକ୍ରାନ୍ତରେ ଆଗାମୀ ଦିନରେ କିଛି ବଡ ନିଷ୍ପତ୍ତିକୁ ନେଇ ଆଶା ଉଜ୍ଜୀବିତ ହେଉଛି।

ମହାନଦୀ ଟ୍ରିବ୍ୟୁନାଲ ଟିମର ବିଗତ ଦିନରେ ପାଖାପାଖି ୩୬ ଥର ଶୁଣାଣି ହୋଇଥିଲେ ମଧ୍ୟ ଓଡ଼ିଶା ସ୍ବାର୍ଥ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଆସି ପାରିନଥିଲା। ଗୋଟିଏ ବର୍ଷ ତଳେ ଅର୍ଥାତ ୨୦୨୩ ମସିହାରେ ପୂର୍ବତନ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓଡ଼ିଶା ଆସି ଗ୍ରାଉଣ୍ଡ ଭିଜିଟ କରିଥିଲେ। ହେଲେ ସେ ସମୟରେ ପ୍ରସ୍ତୁତ ରିପୋର୍ଟ ଲୋକଲୋଚନକୁ ଆସି ପାରିନଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ଏହାରି ଭିତରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ମହାନଦୀ ବିବାଦକୁ ନେଇ ଅନେକ ଆଶା ଉଙ୍କି ମାରୁଛି। ଛତିଶଗଡ଼ ଓ ଓଡ଼ିଶା  ଉଭୟ ରାଜ୍ୟରେ ବିଜେପି ସରକାର ଅଛନ୍ତି। ଏହି ଡବଲ ଇଞ୍ଜିନ ସରକାର ଥିବା ଦୃଷ୍ଟିରୁ ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ଜାଣିବାକୁ ମିଳିଛି।

Leave A Reply

Your email address will not be published.