କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ । ସେ ସୋମବାରଠାରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ । ଏ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି ।
ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆସନ୍ତା ୧୫ ତାରିଖରେ ଅବସର ଗ୍ରହଣ କରିବାକୁ ଥିବାବେଳେ ତାଙ୍କ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ ଏହି ଗୁରୁଦାୟିତ୍ୱ ତୁଲାଇବେ।
ପରବର୍ତ୍ତୀ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ରାଉତରାୟ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିବେ।
ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ ଜଣେ ଦକ୍ଷ ଆଇନଜୀବୀ ତଥା ବିଚାରପତି ଭାବେ ବେଶ୍ ପରିଚିତ। ପୂର୍ବରୁ ସେ ଓଡ଼ିଶା ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ନୂତନ ନିଯୁକ୍ତିକୁ ନେଇ ରାଜ୍ୟ ଆଇନଜୀବୀ ମହଲ ତଥା ହାଇକୋର୍ଟ ବାର୍ ଆସୋସିଏଶନ୍ ପକ୍ଷରୁ ସ୍ୱାଗତ କରାଯିବା ସହ ଶୁଭେଚ୍ଛା ଜଣାଯାଇଛି।
