Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି, ଏହି ତାରିଖରେ କରିବେ ଶପଥ ପାଠ

କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି । ନୁଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ ।

ବର୍ତ୍ତମାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ସ୍ଥାନ ନେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବର ୪ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ଆଇନ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ପ୍ରକାଶ କରିଛି । ନୟାଗଡ ସ୍ଥିତ ଓଡଗାଁ ବାସିନ୍ଧା ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ୧୯୬୨ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ବରସ୍ଥିତ ବିଜେବି କଲେଜରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିବା ପରେ କଟକ ଏମଏସ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିଥିଲେ । ପରେ ସମ୍ବଲପୁର ୟୁନିଭର୍ସିଟିରେ ପିଏଚଡ଼ି କରି ୧୯୮୫ ଡିସେମ୍ବରରେ ବାରରେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ ।

 

 

Leave A Reply

Your email address will not be published.