Latest Odisha News

ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓଏଚଆରସିର ନୂତନ ଅଧ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ।

ବିଜୟକୃଷ୍ଣ ସୁନ୍ଦରଗଡ ସହରରେ ୧୯୫୩ ମସିହା ଜାନୁଆରୀ ୨୪ ତାରିଖରେ ଜନ୍ଜ ହୋଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ । ସେ ୨୦୦୮ରୁ ୨୦୧୫ ଯାଏଁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାମ କରିଥିଲେ । ଜଷ୍ଟିସ ବିପି ଦାସଙ୍କ ଅବସର ପରେ ଗତ ନଭେମ୍ବର ୧୪ରୁ ଓଡ଼ିଶା ମାନବାଧିକାର କମିଶନ ବା ଓଏଚଆରସିର ଅଧ୍ୟକ୍ଷ ପଦ ଖାଲି ଥିଲା।

Leave A Reply

Your email address will not be published.