Latest Odisha News

BREAKING NEWS

ପୁଅ କଥା ନେଇ ତେଜସ୍ୱୀଙ୍କ ଉପରେ ନୀତିଶ କାହିଁକି ରାଗିଲେ, ଆସନ୍ତୁ ଜାଣିବା ନିଶାନ୍ତଙ୍କ ବିଷୟରେ

ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ଉପରେ ରାଗି ଯାଇଥିଲେ । ଏହାର କାରଣ ଥିଲା ତେଜସ୍ୱୀ ତାଙ୍କ ପୁଅ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆସନ୍ତୁ ଜାଣିବା ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କ ବିଷୟରେ..
ପରିବାରବାଦ ଓ ବଂଶବାଦଠାରୁ ନୀତିଶ ତାଙ୍କ ପୁତ୍ର ନିଶାନ୍ତଙ୍କୁ ଦୂରେଇ ରଖିଛନ୍ତି ।ସେ ମଧ୍ୟ ରାଜନୀତି  ନେଇ ଆଗ୍ରହ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ନୀତିଶ ୧୯୭୩ ମଞ୍ଜୁ କୁମାରୀଙ୍କୁ ବିବାହ କରିଥିଲେ । ସେମାନଙ୍କ ଏକମାତ୍ର ସନ୍ତାନ ହେଲେ ନିଶାନ୍ତ । ୨୦୦୭ରେ ମଞ୍ଜୁ କୁମାରୀଙ୍କ ଦେହାନ୍ତ ପରେ ନିଶାନ୍ତ ଏକୁଟିଆ ବାପାଙ୍କ ସହ ରହୁଥିଲେ ।

BjdElectrycity

ନିଶାନ୍ତ ଆଧ୍ୟାତ୍ମିକ ଦିଗ ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇ ପଡିଛନ୍ତି । ନିଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିବାରୁ ସେ ବାପାଙ୍କ ସହ ରହୁଛନ୍ତି । ନୀତିଶ ଏବଂ ତାଙ୍କ ପତ୍ନୀଙ୍କ ସମସ୍ତ ସମ୍ପତିର ହକଦାର ହେଲେ ନିଶାନ୍ତ । ରିପୋର୍ଟ ମୁତାବକ ନୀତିଶଙ୍କ ପାଖରେ ୧୬.୨୩ ଲକ୍ଷ ଟଙ୍କା, ୪୦ ଲକ୍ଷ ମୂଲ୍ୟର ଦିଲ୍ଲୀରେ ଫ୍ଲାଟ, ନିଶାନ୍ତଙ୍କ ନିକଟରେ ୨.୪୩ କୋଟି ଟଙ୍କାର ଚଳଅଚଳ ସମ୍ପତି ରହିଛି । ଏହା ବ୍ୟତୀତ ତାଙ୍କ ମାଆ ଚାକିରୀ କରିଥିବାରୁ ତାଙ୍କର ସମସ୍ତ ସମ୍ପତି ମଧ୍ୟ ନିଶାନ୍ତଙ୍କର ହେବ । ରାଜନୀତି ପ୍ରତି ଆକୃଷ୍ଟ ନ ଥିବା, ନିରୀହ ନିଶାନ୍ତଙ୍କୁ ତେଜସ୍ୱୀ ଟାର୍ଗେଟ କରିବାରୁ ବାପା ନୀତିଶ ରାଗି ଯାଇଥିଲେ ।

Leave A Reply

Your email address will not be published.