Latest Odisha News

BREAKING NEWS

ଭରତପୁର ଥାନା ମାମଲା; ସ୍ପଟ୍ ଭିଜିଟ୍ କରି ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ଆଜି ଥାନାରେ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ତଦନ୍ତ କରିଛନ୍ତି । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି ।

ଏହି ଅବସରର ସେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ପୂର୍ବରୁ କମିଶନଙ୍କ ନିକଟରେ ମେଜର ଓ ବାନ୍ଧବୀ ନିଜର ପକ୍ଷ ରଖିସାରିଛନ୍ତି । ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରାଉଚରା କରାଯିବା ପରେ ତାଙ୍କ ସହ କେଉଁ କେଉଁ ସ୍ଥାନରେ ଡିସିଓ ଚାମ୍ବର, ମହିଳା କକ୍ଷ, ପୁରୁଷ କକ୍ଷ ସହ ଅଭ୍ୟର୍ଥନା କକ୍ଷ ନିକଟରେ କ’ଣ ଘଟିଥିଲା ସବୁ କିଛି ବଖାଣିଥିଲେ ଉଭୟ ମେଜର ଓ ବାନ୍ଧବୀ ।

ଏହି ଘଟଣାର ତଦନ୍ତ ଜାନୁଆରୀ ୧୫ରୁ ୨୦ ଭିତରେ ଶେଷ ହେବ । ଜାନୁଆରୀ ୧୫ରୁ ୨୦ ତାରିଖ ଭିତରେ ତଦନ୍ତ କମିଶନ ରାଜ୍ୟସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.