Latest Odisha News

ବିଚାରପତି ଦେବପ୍ରିୟ ମହାପାତ୍ରଙ୍କ ଦେହାନ୍ତ

କଟକ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଚିସ ଦେବପ୍ରିୟ ମହାପାତ୍ରଙ୍କ ଅସୁସ୍ଥତା କାରଣରୁ ପରଲୋକ ହୋଇଥିବାର ଖବର ମିଳିଛି  ।୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ବରିଷ୍ଟ ଆଇନଜୀବୀଙ୍କ ପରିବାରରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ ।

ଜଷ୍ଟିସ୍ ମହାପାତ୍ର ତାଙ୍କର ପ୍ରାଥମିକ ଶିକ୍ଷା ରେଭେନ୍ସା କଲେଜିଏଟ୍ ସ୍କୁଲ୍, କଟକ ଏବଂ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜ ଗ୍ରହଣ କରିଥିଲେ।  ସେ ଆହ୍ଲାବାଦର ଇଭିଙ୍ଗ ଖ୍ରୀଷ୍ଟିଆନ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ଏମ.ଏସ ଆଇନ କଲେଜ ,କଟକରେ ଶିକ୍ଷା ଗ୍ରହଣ କରିଥିଲେ ।  ଆଇନରେ ତାଙ୍କର  କ୍ୟାରିୟର ଆରମ୍ଭ କରିବା ପାଇଁ ସେ ୧୯୬୦ ରେ ଓଡିଶା ହାଇକୋର୍ଟରେ ଜଣେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ ।

ଆଡଭୋକେଟ୍  ଭାବେ କାର୍ଯ୍ୟ କରିବା ପରେ ୧୯୯୩ରୁ ୧୯୯୬ ଯାଏ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହାପ‌ରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ୧୯୯୬ରେ ଆହ୍ଲାବାଦ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ। ୧୯୯୮ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ ଦେବପ୍ରିୟ ମହାପାତ୍ର  ଜୁଲାଇ ୨୦୦୩ ରୁ ଅଗଷ୍ଟ ୨୦୦୭ ପର୍ଯ୍ୟନ୍ତ  ଓଡ଼ିଶା ରାଜ୍ୟ ମାନବାଧିକାର କମିସନର ପ୍ରଥମ ଅଧ୍ୟକ୍ଷ ଥିଲେ।

ଜଷ୍ଟିସ ଦେବପ୍ରିୟ ମହାପାତ୍ର ଦୃଷ୍ଟାନ୍ତମୂଳକ ବିଚାରପତି ମାନଙ୍କ ମଧ୍ୟରେ ଜଣେ ଥିଲେ  ।  ନ୍ୟାୟ ବିତରଣରେ ମାନବବାଦୀ ତଥା ଯୁକ୍ତିଯୁକ୍ତ ବିଚାରପତି ଭାବରେ ଏକ ଅବିସ୍ମରଣୀୟ ଭାବନା ଛାଡିଯାଛନ୍ତି। ଆଇନର ଶାସନ, ନ୍ୟାୟିକ ଜ୍ଞାନ ଏବଂ  ନମ୍ରତା ବ୍ୟକ୍ତିତ୍ୱରେ ତାଙ୍କର ବିଶ୍ୱାସ ସବୁବେଳେ ଆଇନଗତ ଭ୍ରାତୃତ୍ୱର ସମ୍ମାନ ଏବଂ ପ୍ରଶଂସା ଲାଭ କରୁଥିବ । ଏହି ଭଳି ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.