ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଅବସର ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି।
ଚନ୍ଦ୍ରଚୂଡ଼ ତାଙ୍କ ଝିଅର ବିଶେଷ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବିଳମ୍ବର କାରଣ ବୋଲି ଦର୍ଶାଇଛନ୍ତି। ମୋ ପାଖରେ ଥିବା ସରକାରୀ ଘରଟିର ବହୁତ ମରାମତି ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ହେବା ପାଇଁ ଆମେ ଅପେକ୍ଷା କରିଛୁ। ଆମର ପ୍ୟାକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଘର ମରାମତି ସରିବା ମାତ୍ରେ ଆମେ ସ୍ଥାନାନ୍ତରିତ ହେବୁ। ତେବେ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଦିଲ୍ଲୀର ଲୁଟିୟନ୍ସ କୃଷ୍ଣ ମେନନ ମାର୍ଗରେ ଅବସ୍ଥିତ ବଙ୍ଗଳା ନମ୍ବର ୫ ଖାଲି କରିବାକୁ ଅନୁରୋଧ କରିଥିଲେ। ଏହି ବଙ୍ଗଳା ବର୍ତ୍ତମାନର ସିଜେଆଇଙ୍କ ସରକାରୀ ବାସଭବନ କିନ୍ତୁ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼ ଏଠାରେ ରହୁଛନ୍ତି। ସେ ନଭେମ୍ବର ୨୦୨୪ରେ ସିଜେଆଇ ପଦରୁ ଅବସର ନେଇଥିଲେ।
ଅବସରର ୮ ମାସ ପରେ ମଧ୍ୟ ସେ ଏହି ଟାଇପ୍ VIII ବଙ୍ଗଳାରେ ରହୁଛନ୍ତି। ଯାହା ନିୟମ ଅନୁଯାୟୀ କେବଳ କାର୍ଯ୍ୟରତ ସିଜେଆଇଙ୍କ ପାଇଁ। ଏହି ମାମଲାରେ ଜୁଲାଇ ୧ ତାରିଖରେ ସୁପ୍ରିମକୋର୍ଟ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କହିଥିଲେ ଯେ ଚନ୍ଦ୍ରଚୂଡ଼ଙ୍କ ବଙ୍ଗଳାରେ ରହିବାର ଅନୁମତି ମେ ୩୧, ୨୦୨୫ ରେ ଶେଷ ହୋଇଯାଇଥିଲା। ଏହା ସହିତ ୨୦୨୨ର ସୁପ୍ରିମକୋର୍ଟ ବିଚାରପତି ନିୟମ ଅନୁଯାୟୀ, ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ଟାଇପ୍ VII ବଙ୍ଗଳାରେ କେବଳ ଛଅ ମାସ ପାଇଁ ରହିବାକୁ ଅନୁମତି ଦିଆଯାଇଛି। ଯାହା ମେ ୧୦, ୨୦୨୫ରେ ଶେଷ ହୋଇଥିଲା।
Comments are closed.