କଟକ: ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋବନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଜଷ୍ଟିସ ଯଶୋବନ୍ତ ସିଂ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା । ଏମାନେ ଦାୟିତ୍ୱଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ଜଷ୍ଟିସ ଯଶୋବନ୍ତ ସିଂ ୧୯୬୧, ଫେବୃଆରୀ ୨୩ ତାରିଖରେ ହରିୟାଣା ରୋହତକରେ ଜନ୍ମଗ୍ରହଣ କରିଥିଲେ । ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ୧୯୮୮ରେ ସୀର୍ସା ଜିଲ୍ଲା କୋର୍ଟରେ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୧ରେ ସେ ପଞ୍ଜାବ ହରିୟାଣା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେଠାରେ ସରକାରୀ ଓକିଲ ଭାବେ ଦୀର୍ଘ ଦିନ କାମ କରିଥିଲେ ଜଷ୍ଟିସ ଯଶୋବନ୍ତ ସିଂ । ୨୦୦୭, ଡିସେମ୍ବର ୫ ତାରିଖରେ ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ ।
ଜଷ୍ଟିସ ଅରିନ୍ଦମ ସିହ୍ନା ୧୯୬୫, ସେପ୍ଟେମ୍ବର ୨୨ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମସିହାରେ କଲିକାତା ହାଇକୋର୍ଟରେ ଆରମ୍ଭ କରିଥିଲେ ଓକିଲାତି । ୨୦୧୩, ଅକ୍ଟୋବର ୩୦ରେ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୬, ମାର୍ଚ୍ଚ ୧୪ ତାରିଖରୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବକେ କାର୍ୟ୍ୟ ସମ୍ପାଦକ କରି ଆସୁଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.