Latest Odisha News

BREAKING NEWS

ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି, ସେ ଜଷ୍ଟିସ ଦୀପକ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି ।

ଭାରତର ୪୬ ତମ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ନ୍ୟାୟାଧୀଶ ଗୋଗୋଇ ଆସନ୍ତା ୨୦୧୯ ନଭେମ୍ବର ମାସ ଅନ୍ତିମ ତାରିଖ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରିବେ ।

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରୁ ପ୍ରଥମ ପ୍ରଧାନ ବିଚାରପତି ଭାବେ ୬୪ ବର୍ଷ ବୟସ୍କ ଜଷ୍ଟିସ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି ।

 

ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଶପଥଗ୍ରହଣ ଉତ୍ସବରେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଅଥମନ୍ତ୍ରୀ ଅରୁଣ ଜେଟଲୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ ଡ଼ି ଦେୱେଗୌଡ଼ା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.