Latest Odisha News

BREAKING NEWS

ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ସମ୍ମାନିତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାମ୍ପିୟନ୍ସ ଅଫ୍ ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି ।

ବୁଧବାର ଦିନ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ୟୁଏନର ମୁଖ୍ୟ ଏଣ୍ଟୋନିଓ ଗୁଟେରେସ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ମୋଦିଙ୍କ ବ୍ୟତିତ ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ସୂଚନା ଅନୁଯାୟୀ ପର୍ଯ୍ୟାବରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ‘ଚାମ୍ପିୟନ୍ସ ଅଫ୍ ଆର୍ଥ’ ହେଉଛି ପର୍ଯ୍ୟାବରଣ କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ।

ଆହୁରି ମଧ୍ୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଅବସରରେ କହିଛନ୍ତି ଯେ ‘‘ଆଜି ଭାରତ ପାଇଁ ଏକ ଗୌରବର ଦିନ । ଭାରତର ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟାବରଣ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ’’।

ଏହି ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.