Latest Odisha News

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବେ ।

ଜଷ୍ଟିସ୍ ଏସ୍ ମୂରଲୀଧରଙ୍କ ସ୍ଥାନରେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ୍ କରିଥିଲେ ।

୨୦୧୧ ନଭେମ୍ବର ୧୫ ତାରିଖରେ ଗୌହାଟି ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ୨୦୧୩ରେ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟ କରିବା ସହ ୨୦୨୨ ଜୁନ୍ ୧୦ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି ।

Leave A Reply

Your email address will not be published.