Latest Odisha News

BREAKING NEWS

ଝୋଟ ହସ୍ତକଳା ଗ୍ରାମୀଣ ମହିଳାଙ୍କୁ କରିବ ସ୍ୱାବଲମ୍ବୀ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ସଦର ବ୍ଳକ ଅନ୍ତର୍ଗତ ଗୁଆଁଳ ପଞ୍ଚାୟତର କୁଡିଆଠାରେ ଆୟୋଜିତ ‘ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା’ ଉଦଯାପିତ ହୋଇଯାଇଛି । ଓଡ଼ିଶା ଶିଳ୍ପୀ ମହାସଂଘ ବାଲେଶ୍ୱର ଜିଲ୍ଲା ଶାଖା ଏହି କର୍ମଶାଳାର ସଫଳତା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ ।

ଏହି ଅବସରରେ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ବିଶିଷ୍ଟ ପଥର ଶିଳ୍ପୀ ଉଦୟ ମହାନ୍ତି ଅତିଥି ଭାବରେ ଯୋଗଦେଇଥିଲେ। ସମଗ୍ର ବିଶ୍ୱ ପଲିଥିନ ବ୍ୟାଗର ବହୁଳ ବ୍ୟବହାର ପାଇଁ ଚିନ୍ତିତ ଥିବାବେଳେ ବିକଳ୍ପ ଭାବେ ଝୋଟ ତିଆରି ବ୍ୟାଗ ଲୋକଙ୍କ ଦ୍ୱାରା ଆଦୃତ ହେଉଛି । ଏକ ପ୍ରାକୃତିକ ତନ୍ତୁ ଏବଂ ପରିବେଶ ପାଇଁ ମଧ୍ୟ ଉପଯୋଗୀ । ଝୋଟରୁ ଖାଲି ବ୍ୟାଗ ନୁହେଁ ବରଂ ଅନେକ ଘରସଜ୍ଜା କଳାକୃତି ମଧ୍ୟ ତିଆରି କରାଯାଇ ପାରୁଛି । ଏହି ଝୋଟ ହସ୍ତକଳାକୁ ପାଥେୟ କରି ଅନେକ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିବା ସହ ସହ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କହିଛନ୍ତି । ଏହି ଭଳି ତାଲିମ କର୍ମଶାଳା ଆୟୋଜିତ ହେଲେ ତାହା ପ୍ରଶିକ୍ଷାର୍ଥୀମାନଙ୍କର ରୋଜଗାର ବଢାଇବାରେ ସହାୟକ ହେବ ବୋଲି  ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଡିଜାଇନର ସବିତା ଜେନାଙ୍କ ପ୍ରଶିକ୍ଷଣରେ ଏହି କର୍ମଶାଳାରେ ନାବରାର ୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ୨୬ଦିନର ତାଲିମ ମଧ୍ୟରେ ସେମାନେ ଝୋଟ ବ୍ୟବହାର କରି ଭଳିକି ଭଳି ପେନ ଷ୍ଟାଣ୍ଡ, ଫୁଲଦାନୀ, ଝୁମର, ୱାଲ ହ୍ୟାଙ୍ଗିଙ୍ଗ, ପାପୋଛ, ଫ୍ଲାଆର ବୁକେ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିକାରୀ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ତତସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଝୋଟ କପଡାରୁ ବ୍ୟାଗ ଯଥା ଲ୍ୟାପଟପ ବ୍ୟାଗ, ଭ୍ୟାନିଟ, ଫୋଲଡର, ଟିଫିନ ବ୍ୟାଗ, ଓାଟର ବୋଟଲ ବ୍ୟାଗ ଆଦି ତିଆରିର କଳାକୈାଶଳ ଶିଖାଯାଇଥିଲା । ତତସହିତ ବଜାର ଚାହିଦା ଅନୁସାରେ କଳାକୃତି ଗୁଡିକର ରଙ୍ଗ କରିବା ଓ ସେଗୁଡିକ ଉପରେ ସ୍କ୍ରିନ ପ୍ରିଣ୍ଟିଙ୍ଗ କରି ଆକର୍ଷଣୀୟ କରାଇବା ସମ୍ପର୍କରେ ତାଲିମ ଦିଆଯାଇଥିଲା ଏବଂ କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କାରଯାଇଥିଲା । ।

Comments are closed, but trackbacks and pingbacks are open.